STORYMIRROR

Prasanna Kumar Panda

Action Classics Inspirational

3  

Prasanna Kumar Panda

Action Classics Inspirational

ଦେବଦାସୀ ହେବି କଳାଠାକୁର

ଦେବଦାସୀ ହେବି କଳାଠାକୁର

1 min
120

ଘୁଙ୍ଗୁର ବାନ୍ଧିଲି ପାଦରେ ମୋରଦେବଦାସୀ ହେବି କଳାଠାକୁର ହେ କଳାଠାକୁରେ ତୁମରି କୃପାରେଜନ୍ମ ନେଇଛି ଧରାପୃଷ୍ଠରେ ତୁମର ଇଚ୍ଛାରେ ଜୀବନ ବିତୁଛି ମୋର ସୁଖ ଦୁଃଖର ସମ୍ମିଶ୍ରଣରେ ସଂସାରର ରଥ ଚକ ଘଡିଥାଏ ତୁମରି ନିର୍ଦ୍ଦେଶରେଗଛର ପତ୍ରଟେ ହଲେ ନାହିଁ ତୁମରିବିନା ପରାମର୍ଶରେ ।କେତେ ଲୀଳା କରୁଛ ତୁମେ ରତ୍ନ ସିଂହାସନେ ବସି ବଡଦେଉଳରେତୁମର ଦିବ୍ୟ ଦର୍ଶନ ପାଇବା ପାଇଁଭକ୍ତଙ୍କ ସମାଗମ ହୁଏ ଶ୍ରୀକ୍ଷେତ୍ରରେ ।ଡୋରି ତୁମରି ନ ଲାଗିଲେ ଭକ୍ତଟି ତୁମକୁ ଦେଖେନି ପାରି ନୟନରେତୁମରି ଦର୍ଶନରୁ ବଞ୍ଚିତ ହୋଇ କେତେ ଥର ଫେରିଛି ମନ ଦୁଃଖରେ ।ଧନ ସମ୍ପତ୍ତି ସୁନା କୋଠାବାଡ଼ି ଲୋଡାନାହିଁ ମୋର ଆହେ କଳାଠାକୁରେସେବକଟିଏ ହୋଇ ତୁମର ସେବାକରିଜୀବନ ବିତେଇଦେବି ଆନନ୍ଦରେ । ଆହେ ଜଗନ୍ନାଥେ ଛୋଟ ଅଭିଳାଷଟେ  ପୂର୍ଣ୍ଣ କର ଦିଅ ହେ ମୋରଦେବଦାସୀଟେ ହୋଇ ବଡଦାଣ୍ଡେ ନୃତ୍ୟକରି ଦର୍ଶନ କରିବି ତୁମର ।କପାଳେ ଚନ୍ଦନ କୁକୁମ ଟୀକା ଫୁଲମାଳ ଲଗେଇଛି ଗଭାରେଅଳତା ଲଗାଇ ଘୁଙ୍ଗୁର ବାନ୍ଧିଲି ମୋର ପାଦରେ ।ଦେବଦାସୀ ବେଶେ ସଜେଇ ହୋଇ ନାଚିବାଲାଗି ବ୍ୟାକୁଳ ହେଉଛି ମନ ମୋରଦେବଦାସୀ କରି ଦିଅ ମୋତେ ତୁମପାଖେ ଏତିକି ମିନତୀ ମୋର ।ଦେବଦାସୀ ନୃତ୍ଯ କରିବା ପାଇଁ ଶକ୍ତିଭରି ଦିଅ ମୋ ଶରୀରରେମନ ଆନନ୍ଦରେ ଦେବଦାସ ନୃତ୍ଯ କରିଜୀବନକୁ ସମର୍ପଣ କରିବି ତୁମ ଚରଣରେ ।ଏତିକି ନିବେଦନ ରଖ ହେ ଆହେ କାଳିଆ ଠାକୁର ମୋର ଜଗନ୍ନାଥ ଧାମରେ ଦେବଦାସୀ ହୋଇ ନୃତ୍ଯ ପରିବେଷଣ କଲେ ଧନ୍ୟ ହେବ ଜୀବନ ମୋର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action