STORYMIRROR

Prasanna Kumar Panda

Abstract Classics Inspirational

3  

Prasanna Kumar Panda

Abstract Classics Inspirational

ମଣିମା ଶୁଣିମା ହେଉ

ମଣିମା ଶୁଣିମା ହେଉ

1 min
146


ହେ କଳାଠାକୁରେ ଆସିଛି ସଂସାରକୁମୁଁ ତୁମରି ସୃଷ୍ଟିରେଜୀବନପଥରେ ଚାଲୁଛି ପିତାମାତାଙ୍କ ସଂସ୍କାର ଆଶୀର୍ବାଦରେ ।

ପିତାମାତା ମୋତେ ଛୋଟରୁ ବଡ କଲେକେତେ କଷ୍ଟ ଯନ୍ତ୍ରଣା ସହିଜୀବନକୁ ତାଙ୍କର ଜଳାଞ୍ଜଳି ଦେଇଥିଲେମୋରି ହସ ଖୁସି ପାଇଁ । କହିବା ପୂର୍ବରୁ ମୋତେ ଦେଉଥିଲେ ସବୁପ୍ରକାରର ଦ୍ରବ୍ଯ ଯୋଗାଇ ପେଟଭରି ଖାଇବାକୁ ଦେଉଥିଲେ ନିଜେଭୋକ ଓପାସରେ ଶୋଇ ।ସତ୍ଯ ଧର୍ମ ନ୍ୟାୟର ପଥରେ ଯିବା ପାଇଁଦେଉଥିଲେ କେତେ ଉପଦେଶ କହିବାରମ୍ବାର ବାରଣ କରୁଥିଲେ ଅନ୍ୟାୟଅନୀତିର କୁପଥରେ ନ ଯିବା ପାଇଁ । ଭାବ ଭକ୍ତିର ରସ ପାନ କରାଇଥିଲେତୁମରି ନାମ ମହିମା ଶୁଣାଇ  ତୁମରି ଉପରେ ବିଶ୍ବାସ ରଖି ଉପଦେଶ ଦେଉଥିଲେ ଭଲ କର୍ମ କରିବା ପାଇଁ ।କାଳିଆରେ ସଂସାର ରଥ ଚାଲୁଛି ମୋରବଡ ଦୁଃଖ କଷ୍ଟରେସୁଖ ଶାନ୍ତି ନପାଇ ଲୁହ ଗଡି ଚାଲିଛି ଧାରଧାର ହୋଇ ନୟନରେ ।ବାପା ମରିବା ପରେ ବୋଉ ମୋର ପାଗେଳିହୋଇଛି ମାନସିକ ଭାରସାମ୍ଯ ହରାଇ କେତେ ଡାକ୍ତରଙ୍କ ଠାରୁ ଓଷଧ ଦେଲିବୋଉର ଦେହ ହେଉନି ଭଲ ହୋଇ ।ବୋଉ ପାଇଁ କେତେ ଲୋକଙ୍କ ଠାରୁ କେତେ ଶୁଣି ଦୁଃଖରେ ଯାଉଛି ଭାଙ୍ଗି ମଣିମା ଶୁଣିମା ହେଉ ହେ ଏ ଭକ୍ତର ଡାକବୋଉର ଦେହ ଭଲ କରି ହସ ଦିଅ ଫୁଟାଇ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract