STORYMIRROR

Prasanna Kumar Panda

Fantasy Inspirational Children

3  

Prasanna Kumar Panda

Fantasy Inspirational Children

ପଣତକାନି

ପଣତକାନି

1 min
146

ମାଆର ପଣତକାନିର ସୁଖ ଶାନ୍ତିପରି କିଏ ଦେବନି ଦୁନିଆରେ ଦୁଃଖ କଷ୍ଟ ଭୁଲିଯାଏ ସନ୍ତାନ ମାଆର ପଣତକାନି ସ୍ପର୍ଶ ହେଲେ ଦେହରେ । ମାଆର ପଣତକାନିର ମୂଲ୍ୟ ମହାନ ରହିଛି ମିଛ ମାୟାର ସଂସାରରେ ସବୁ ଆନନ୍ଦର ପସରା ଭରି ଥାଏ ମାଆର ପଣତକାନିରେ ।ପଣତ ଛୋଟ ହେଲେ ବି ଲମ୍ବାଇ ଦିଏ ଶିିଶୁ ଲାଗି ମାଆ ବିରାଟ କରିଝାଳ ପୋଛି ପଣତରେ ସନ୍ତାନର କ୍ଳାନ୍ତକୁ ଦିଏ ଉପଶମ କରି ।ସବୁ ଯନ୍ତ୍ରଣାକୁ ଲାଘବ କରେ ମାଆ ସନ୍ତାନକୁ ପଣତକାନିରେ ଘୋଡାଇ  ଶିଶୁକୁ ଝାଡେ ମାଆ ପଣତରେ ଦୃଷ୍ଟିଗୁଣୀ ଠାରୁ ମୁକ୍ତି ଦେବା ପାଇଁ ।ମାଆର ପଣତକାନି ବଡ ଦେଉଳର ନେତଭଳି ରହେ ଜଗତରେ କେତେବେଳେ ବିରାଟ ବୃକ୍ଷ ତ କେତେବେଳ ଛାତ ପରି ହୁଏ ସନ୍ତାନର ସୁରକ୍ଷାରେ । ଭକ୍ତମାନଙ୍କ ପାଇଁ ମାର ପଣତକାନି ରକ୍ଷା କବଚ ସାଜି ରହେ ସଂସାରେ ବାଧାବିଘ୍ନ ଭକ୍ତର ଖଣ୍ଡନ କରନ୍ତି ଘଣ୍ଟ ଘୋଡ଼ାଇ ତାଙ୍କ ପଣତକାନିରେ ।ମାଆର ପଣତକାନିର ସରିସମ ହେବେ ନାହିଁ କିଏ ବିଶ୍ବବ୍ରହ୍ମାଣ୍ଡରେ ମାଆର ପଣତକାନି ସର୍ବଦା ଉଚ୍ଚ ହୋଇ ରହେ ସନ୍ତାନର ମଙ୍ଗଳରେ ।


Rate this content
Log in

Similar oriya poem from Fantasy