STORYMIRROR

Prasanna Kumar Panda

Inspirational

2  

Prasanna Kumar Panda

Inspirational

ସ୍ଵାଧୀନତା ଦିବସ

ସ୍ଵାଧୀନତା ଦିବସ

1 min
123

ଭାରତୀୟ ସଂଗ୍ରାମୀ ଦିନ ରାତିକୁ ଏକ୍ କରିଥିଲେ ଇଂରେଜ କବଳରୁ ମୁକ୍ତ କରିବା ପାଇଁ ଦେଶକୁ ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ଲଢ଼େଇ କରିଥିଲେ ନ ଡରି ଫିରିଙ୍ଗି ମାନଙ୍କ ନାଲି ଆଖି ଧମକ କୁ I ଦେଶକୁ ପରଦେଶୀ ଠାରୁ ଆଣିବା ପାଇଁ ଅକ୍ଲାନ୍ତ ପରିଶ୍ରମ କରିଥିଲେ ଘର ପରିବାର ଛାଡି ଦେଇ ଖରା ବର୍ଷା ଶୀତକୁ ଖାତିର ନକରି ନିଜ ଜୀବନକୁ ବାଜି ଲଗାଇଲେ ଭାରତ ମାତାର ସୁରକ୍ଷା ପାଇଁ I ଫିରିଙ୍ଗି ମାନଙ୍କ ଶୋଷଣକୁ ରୋକିବା ଲାଗି ସଂଗ୍ରାମ କରିଥିଲେ ଇଂରେଜ ମାନଙ୍କ ଠାରୁ କେତେ ଚାବୁକ ମାଡ଼ ଖାଇ ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ ଫିରିଙ୍ଗି ଶାସକ ମାନଙ୍କ ଆଗରେ ମୁଣ୍ଡ ନ ନୁଆଁଇ  I ଲହୁଲୁହ ଏକାଠି କରି ବୀର ପୁରୁଷ ମାନେ ସଂଘର୍ଷ କରିଥିଲେ ଦେଶର ଟେକ ପାଇଁ କେତେ ବୀର କାରାଗାର ଜୀବନ କାଟି ଫାଶୀରେ ପ୍ରାଣ ତ୍ୟାଗ କରିଥିଲେ ବୀରତ୍ୱର ପରିଚୟ ଦେଇ I ଦେଶର ସୁଯୋଗ୍ୟ ସନ୍ତାନ ମାନେ କଲେ ବଳେ କୌଶଳେ ଫିରିଙ୍ଗି ମାନଙ୍କୁ ଦେଶରୁ କରିଥିଲେ ବିଦାୟ ତ୍ୟାଗ କଷ୍ଟ ନିଷ୍ଠାରେ ଜୀବନକୁ ବଳି ଦେଇ ଦେଶର ବୀରମାନେ ଭାରତ ମାଟିକୁ ଦେଇଥିଲେ ଜୟ I କିଛି ଓଡ଼ିଆ ବୀର ପୁତ୍ରମାନେ ଲିପ୍ତ ରହିଥିଲେ ଦେଶର ସ୍ଵାଧୀନତା ସଂଗ୍ରାମରେଦେଶ ପାଇଁ ହସିହସି ପ୍ରାଣ ତ୍ୟାଗ କରି ଯଶରଖି ଯାଇଛନ୍ତି ଓଡ଼ିଆ ଇତିହାସରେ I ଜାତି ଧର୍ମ ବର୍ଣ୍ଣ ଭାଷା ନିର୍ବିଶେଷରେ ଏକତ୍ର ହୋଇ ସମସ୍ତେ ସ୍ୱାଧୀନତାର ବାସ୍ନା ଦେଲେ ଦେଶକୁ ଯଶ କିର୍ତ୍ତୀ ରଚିଲେ ଶାନ୍ତି ମୈତ୍ରୀ ପ୍ରୀତି ଆଣିଦେଇ ମାତୃଭୂମିକୁ I ଭାରତ ଦେଶକୁ ସ୍ୱାଧୀନ କରି ଫରଫର କରି ଉଡାଇ ସଲାମ୍ କଲେ ତ୍ରିରଙ୍ଗା ଧ୍ଵଜାକୁ ସମସ୍ତେ ଏକାକାର ହୋଇ ଗାନ କରିଲେ ଜାତୀୟ ସଙ୍ଗୀତ ଜନ ଗଣ ମନକୁ I ମୁଁ ଆଜି ସଲାମ୍ କରୁଛି ଭାରତର ବୀର ପୁରୁଷ ମାନଙ୍କୁ ମୁଁ ଆଜି ସଲାମ୍ କରୁଛି କଳିଙ୍ଗ ମାଟି ବୀର ପୁତ୍ର ମାନଙ୍କୁ ମୁଁ ଆଜି ସଲାମ୍ କରୁଛି ସହିଦ୍ ବୀର ସୈନିକ ମାନଙ୍କୁ ମୁଁ ଆଜି ସଲାମ୍ କରୁଛି ଭାରତ ମାତା କୁ ମୁଁ ଆଜି ସଲାମ୍ କରୁଛି ତ୍ରିରଙ୍ଗା ପତାକାକୁ ମୁଁ ଆଜି ସଲାମ୍ କରୁଛି ଜାତୀୟ ସଙ୍ଗୀତ କୁ ବନ୍ଦେ ମାତରମ୍ 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational