STORYMIRROR

Prasanna Kumar Panda

Others

4  

Prasanna Kumar Panda

Others

ମୁଁ ମାଷ୍ଟର

ମୁଁ ମାଷ୍ଟର

1 min
92

କିଏ କହିଲା ମୁଁ ମାଷ୍ଟର

ମାଷ୍ଟର ନୁହଁତ ସରକାରଙ୍କର

ଗୋତି ଖଟୁଥିବା ଚାକର।

ମାସକ କାମକୁ ତିନିଦିନେ ସାର

ଅଫିସରଙ୍କର ଟେମ୍ପର

ଧଡପଡ ହୋଇ କାମସାରେ ମୁହିଁ

ରାତିଅଧେ ଆସେ ଲେଟର

ବଡଲୋକେ ନାହିଁ ଉତ୍ତର

ଦରମାଗଣ୍ଡାକ କାଟିଦେବେ କାଳେ

କାର୍ଯ୍ୟରୁ ହୋଇଲେ ଅନ୍ତର!


ଭୋଟର ତାଲିକା ,ଜନଗଣନାକୁ

ଖୋଜାପଡେ ମୁହିଁ ମାଷ୍ଟର

ଶ୍ମଶାନରେ ମୋର କରୋନା ଡିଉଟି

ଇସୁକୁଲେ ଚାଲେ ରୋଷ୍ଟର

ଜୀବନଟା ଏଠି କଷ୍ଟର

ଠିକ୍ ସମୟରେ ଦରମା ନମିଳେ

ମୁଁ ବାକିମାଗିଖିଆ ମିଷ୍ଟର

କିଏ କହିଲା ମୁଁ ମାଷ୍ଟର!


ମତେ ଛାଡିଏଠି ନିର୍ବାଚନ ନାହିଁ

ଘୋଷାଡନ୍ତି ମତେ ସର୍କାର

ଅଫିସର ନାଆଁ ପଛରେ ଯୋଡିକି

ଖଟାନ୍ତି କରିସେ ଲେବର

ମୁଁ ଏକା ପ୍ରତୀକ ସେବାର

ଅଣ୍ଡାଡାଲିଡ୍ରେସ ଟେନସନ ମୁଣ୍ଡେଇ

କରୁଛି ଇସ୍କୁଲେ ବେପାର

କିଏ କହିଲା ମୁଁ ମାଷ୍ଟର!


ଆଡୋଲୋସେନ୍ସର ପାଠ ପଢେଇବି

କୈଶୋରଙ୍କ ଆମ୍ବାସଡର

ସଚ୍ଚୋଟ ହୋଇକି ନିଜକୁ ଗଢିବି

ମୁଁ କାଳେ ଭବିଷ୍ୟ ମେକର

ଗାର୍ଡିଆନ ହେଲେ ପଥର

ଦଣ୍ଡବଦଳରେ ଖେଳେଇ ପଢାଏ

ପିଲାଙ୍କ ପାଇଁମୁଁ ଜୋକର

କିଏ କହିଲା ମୁଁ ମାଷ୍ଟର!


କିରାଣୀ ହୋଇବି ,ଘଣ୍ଟିବଜେଇବି

ଅବତାର ସବୁ ଶ୍ରେଣୀର

ହତା ଝାଡୁଦେବି,ପିଲାଖୋଜି ଯିବି

ଏମ ଡି ଏମ କରି ସୁନ୍ଦର

ଖବର ନେବି ମୁଁ ସ୍ବାସ୍ଥ୍ୟର

ବଟିକା ଖୋଇବି,ପ୍ୟାଡ ବାଣ୍ଟିବି

ପିଲାଙ୍କ ପାଇଁ ମୁଁ ଡାକ୍ତର

କିଏ କହିଲା ମୁଁ ମାଷ୍ଟର!


କରୋନା ଯୁଦ୍ଧରେ ହାରିଗଲେ ମୁହିଁ

ଅତିଥି ହେବି ମୁଁ ସ୍ବର୍ଗର

କରୋନା ଯୋଦ୍ଧାର ମାନ୍ୟତା ମିଳେନା

ସେବା ମୋର କିବା ସ୍ବାର୍ଥର?

ଉତ୍ତର ନାହିଁ ମୋ ପ୍ରଶ୍ନର

ସଳିତା ପରାଏ ଜଳିଜଳି ଏଠି

ଆଲୋକ ଯୋଗାଏ ଜ୍ଞାନର

କିଏ କହିଲା ମୁଁ ମାଷ୍ଟର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍