ଜୟ ଜଗନ୍ନାଥ
ଜୟ ଜଗନ୍ନାଥ
ଭକ୍ତିରେ ଡ଼ାକିଲେ ତୁମେ
ହୃଦେ ବିଜେ କର
ଗର୍ବ କଲେ ଦଣ୍ଡ ଦିଅ
ତୁମେ ଚକ୍ରଧର l
ପାପୀ ତପି ତରିଛନ୍ତି
ତୁମ ନାମ ଧରି
ମୁଁ ଜଣେ ସାମାନ୍ୟ ଭକ୍ତ
ଭବୁ କର ପାରି l
ନ ଦିଅ ହେ ମୋତେ ପଛେ
ବଇକୁଣ୍ଠେ ସ୍ଥାନ
ତୁମ କୃପା ଢ଼ାଳୁଥାଅ
ମୋତେ ରାତି ଦିନ l
କୃପା ତୁମ ଥିଲେ ପ୍ରଭୁ
ମୋହରି ଉପରେ
ନ ଲାଗିବ ଡ଼ର ଭୟ
ମୋର ଜୀବନରେ l
ହସିହସି ମୋ ଜୀବନ
ଯାଉଥିବ ବିତି
ଦୁଃଖ ହରି ସୁଖ ଦେବ
ଆହେ ଲକ୍ଷ୍ମୀପତି l
ଜୟ ଜଗନ୍ନାଥ।
