ଜୟ ଜଗନ୍ନାଥ
ଜୟ ଜଗନ୍ନାଥ
ଡୋରି ନ ଲାଗିଲେ ଦର୍ଶନ କରି ହୁଏନି ତୋର
ତୋରା ଇସାରା ବିନା କୋଉ କାମ ହୁଏନି ସଂସାରର
ତୁ ତ ଲୀଳାମୟ ଲୀଳାର ଠାକୁର
ସୁଖ ଦୁଃଖ ଦେଇ ଲୀଳା ଦେଖୁ ଜଗତର I
ତୁ ତ ଭାବ ବିନୋଦିଆ ରସିକ ଠାକୁର
ଭକ୍ତଙ୍କୁ ତୁ ବାନ୍ଧି ରଖୁ ଭାବ ରସରେ ତୋର
ଭକ୍ତର ମନ ଜାଣି କରୁଣା କରି ଥାଉ ତା ଉପରେ
ତୋ ବିନା ଅନ୍ୟ ଗତି ନାହିଁ ଏହି ଜଗତରେ I
ରକ୍ଷା କବଚ ସାଜି ସଦା ଥିବୁ ତୁ ମୋ ଚଲାପଥରେ
ଧୈର୍ଯ୍ୟ ଶକ୍ତି ଦେବୁ ମୋତେ ପ୍ରତି ବିପଦ ଆପଦରେ
ସକଳ ଜନଙ୍କର ଦୁଃଖ ଦେଉଥିବୁ ଫେଡ଼ି କରି
ହେ କାଳିଆରେ ତୋ ପାଖରେ ମୁଁ ଏତିକି କରୁଛି ଗୁହାରି I
