STORYMIRROR

Dr Subas Chandra Rout

Classics Others

4  

Dr Subas Chandra Rout

Classics Others

ଅନାହତ ନାଦ ୨ ( ଭାଗ ୪ )

ଅନାହତ ନାଦ ୨ ( ଭାଗ ୪ )

1 min
267


(ଅନାହତ ନାଦ – ଅନାହତ ଅର୍ଥ ବିନା ଆଘାତ, ନାଦ ଅର୍ଥ ଧ୍ଵନି । ଦୁଇଟି ବସ୍ତୁ ପରସ୍ପର ସହିତ ପିଟି ହେଲେ ଧ୍ୱନି ଯାତ ହୁଏ । ଇଂରାଜୀରେ ଅଛି vibration causes sound । ବସ୍ତୁ ପରସ୍ପର ପିଟି ହେଲେ କମ୍ପନ ହୁଏ ଓ କମ୍ପନ ଯୋଗୁ ଧ୍ୱନି ସୃଷ୍ଟି ହୁଏ । କିନ୍ତୁ କୌଣସି ଆଘାତ ବିନା ଯଦି ଧ୍ୱନି ସୃଷ୍ଟି ହୁଏ ତେବେ ତାହାକୁ ଅନାହତ ନାଦ କୁହାଯାଏ । ଅନାହତ ନାଦ ଏକ ପ୍ରକାର ଯୋଗର ନାମ ।)


ନାମ ଧରିଲେ ହୃଦ ଭିତରେ, ସବୁ ପାପ ହେବ ନାଶ.

ଏକ ସ୍ଫୁଲିଙ୍ଗ ପୋଡ଼େ ଯେପରି ପୁରୁଣା ଶୁଖିଲା ଘାସ ।୩୧।

ହୃଦ କନ୍ଦରେ ଜ୍ଞାନ ପ୍ରଦୀପ ଜାଳିଲେ ପ୍ରକାଶ ହେବ,

ଏକାନ୍ତେ ନାମ ସ୍ମରଣ କଲେ, ସହଜ ସମାଧି ହେବ ।୩୨।

ମାୟା ଆଛନ୍ନ ମନକୁ ତ୍ୟାଗ, ନାମରେ ଆଛନ୍ନ କର,

ତାରା ମଣ୍ଡଳ ଭେଦି କରି ତୁ ଯିବୁ ଅମର ପୁର ।୩୩।

ନାମ ବିହୁନେ ସବୁ ବେକାର, ଦେବତା ଛପନ କୋଟି,

ଇନ୍ଦ୍ର ଆସନ ହେଉ ଅଥବା, ବୈକୁଣ୍ଠ ଭବନ ଗୋଟି ।୩୪।

ଲୁଟି ପାରୁଛ ଯଦି ତୁ ନିଅ, ରାମ ନାମକୁ ଲୁଟି, 

ନ କଲେ ଅନୁତାପ କରିବୁ ପ୍ରାଣ ଯେବେ ଯିବ ଛୁଟି । ୩୫।

ଶୂନ୍ୟତା ମରେ, ଅଜପ ମରେ, ଅନହଦ ଯାଏ ମରି, 

ରାମଙ୍କ ଭକ୍ତ କେବେ ମରେନି, କହେ କବୀର ବୁଝେଇ ।୩୬।

ପବିତ୍ର ପ୍ରଭୂ ଦର୍ଶନ ପାଇଁ ବୁଲୁଛୁ ଦେଶ ବିଦେଶ,

ପ୍ରଭୂ ସାକ୍ଷାତ ପାଇବୁ ଯେବେ, ଅଗଣା ହେବ ବିଦେଶ ।୩୭।

ଅହଂ ପ୍ରତି ତୁ ବିମୁଖ ହେଲୁ, ଜ୍ୟୋତି ପ୍ରକାଶେ ଅନନ୍ତ,

ପ୍ରଭୂ ସେବକ ସଙ୍ଗେ ରହିଲେ, ଖେଳିବ ସଦା ବସନ୍ତ ।୩୮।

ଯୋଗୀ ହେଲ ଓ ଦର୍ଶନ ହେଲା, ତୁଟିଗଲା ଦ୍ଵନ୍ଦ୍ଵମାନ, 

ନିଜକୁ ନିଜେ ପାରିଲ ଚିହ୍ନି, ମିଳି ଗଲା ବ୍ରହ୍ମ ଜ୍ଞାନ ।୩୯।

ଥରେ ମିଳାଏ ଲୁଣ ଜଳରେ, ହୁଏ ନାହିଁ ପୁନଃପୁନଃ,

ଆତ୍ମା ମିଶିଲା ଶବ୍ଦ ସାଥିରେ, କାଳ ରହିଗଲା ମୌନ ।୪୦।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics