STORYMIRROR

Durjyodhan Barik

Classics

4  

Durjyodhan Barik

Classics

ଦେହ

ଦେହ

1 min
217


ଦେହ ପାଇଁ ମୋହ କରୁ କିଆଁ କହ

ଅଢେ଼ଇ ଦିନ ତା ବାସ,

ଆତ୍ମାପକ୍ଷୀ ଉଡି ନେବ ସବୁ ଫେଡି

ମାଟିଘଟ ହେବ ଶେଷ ।

ଜୀଇଁଛୁ ସରାଗେ ଭୂମିର ସରଗେ

ପଞ୍ଚଭୂତ ପରା ସାହା,

କାଳର ଚକର କରିଲେ ଅନ୍ଧାର

ନ ଦିଶିବ ଆଉ ରାହା ।

ଆସିଥିଲୁ ଏକା ଫେରିଯିବୁ ଏକା

କେହି ନଯିବେ ତୋ ସାଥେ,

ପାଞ୍ଚ ଲୋକ ପରା ଗାଇବେ ତୋ ଯଶ

ଯଦି ଥିବୁ ସତ୍ୟ ପଥେ ।

ଲୋଭ ସ୍ଵାର୍ଥ ତେଜି କରିଯା କରମ

ଅନ୍ତର୍ମନେ ପ୍ରଭୁ ସ୍ମରି,

ଶେଷ ସମୟରେ ସେହି ଏକା ସାହା

ନେଇଯିବେ ହାତ ଧରି ।


      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics