ଦେହ
ଦେହ
ଦେହ ପାଇଁ ମୋହ କରୁ କିଆଁ କହ
ଅଢେ଼ଇ ଦିନ ତା ବାସ,
ଆତ୍ମାପକ୍ଷୀ ଉଡି ନେବ ସବୁ ଫେଡି
ମାଟିଘଟ ହେବ ଶେଷ ।
ଜୀଇଁଛୁ ସରାଗେ ଭୂମିର ସରଗେ
ପଞ୍ଚଭୂତ ପରା ସାହା,
କାଳର ଚକର କରିଲେ ଅନ୍ଧାର
ନ ଦିଶିବ ଆଉ ରାହା ।
ଆସିଥିଲୁ ଏକା ଫେରିଯିବୁ ଏକା
କେହି ନଯିବେ ତୋ ସାଥେ,
ପାଞ୍ଚ ଲୋକ ପରା ଗାଇବେ ତୋ ଯଶ
ଯଦି ଥିବୁ ସତ୍ୟ ପଥେ ।
ଲୋଭ ସ୍ଵାର୍ଥ ତେଜି କରିଯା କରମ
ଅନ୍ତର୍ମନେ ପ୍ରଭୁ ସ୍ମରି,
ଶେଷ ସମୟରେ ସେହି ଏକା ସାହା
ନେଇଯିବେ ହାତ ଧରି ।