STORYMIRROR

Prabhati Mahapatra

Classics Inspirational Others

4  

Prabhati Mahapatra

Classics Inspirational Others

ବୃକ୍ଷ

ବୃକ୍ଷ

1 min
237

ଦିନେ ମନ ପକ୍ଷୀ ଉଡି ଉଡି ଯାଇ

ବୃକ୍ଷେ ବସେ ଶରଧାରେ

ବୁଝିବାକୁ ଚାହେଁ ବୃକ୍ଷର ମହତ୍ବ

କାହିଁ ପାଇଁ  ଜୀବନରେ ।

ଜୀବନ ବୀଜଟି ଅଙ୍କୁରିିତ ହୋଇ

ଯେବେ ନେଲା ଦୁଇ ପତ୍ର

ଏକ ଯେ ବିଶ୍ୱାସ ଅନ୍ୟଟି ସାହାସ

ଦୁଇ ଦିଗେ ଦୁଇ ପାତ୍ର ।

ବେନି ବାହୁ ପରି ଭୁଜକୁ ପସାରୀ

ଆଉ ଚାରି ପତ୍ର ହେଲା

ଗହଳ ପଲ୍ଲବେ ଶାଖା ପ୍ରଶାଖା ଯେ

ସଭିିଙ୍କୁ ଆଦର କଲା ।

ଲୋଭ ମାୟା ଅହଂ କେତେ ଯେ ବିିହଙ୍ଗ

ତୋଳିଲେ ସୁନ୍ଦର ନୀଡ

ସତ୍ୟ ପକ୍ଷୀ ଯେବେ ଠାବ ପାଇଁ ଖୋଜେ

ପକାଇ ଦେଲେ ପହଡ ।

ଉଦାସେ ଘୁରିିିଲା ଡାଳକୁ ଡାଳ ଯେ

ଗହଳ ପତର ଗୁୁଚ୍ଛ 

କେଉଁଠି ଛିଦ୍ର ତ କେଉଁଠି ମଇଳା

ସବୁ ସ୍ଥାନ ଲାଗେ ତୁଛ ।

ହରି ନାମ ଧରି ପଥ ଖୋଜୁ ଥାଏ

ଅନ୍ତେ ଦୃଶ୍ୟ ହୁଏ ରାହା

ଅଙ୍କା ବଙ୍କା ସେତ ଭରା କଫ ବାତ

ବହେ ପ୍ରଭଞ୍ଜନ ବା '।

ପତଝଡ ଋତୁ ଝାଡି ଦେଲା ପତ୍ର

ଭାଙ୍ଗିଲା ଲୋଭର ବସା

ବୃକ୍ଷ କୋରଡରୁ ସତ୍ୟ ଦେଖୁୁ ଥିଲା

ପୂର୍ଣ୍ଣ କରି ସବୁ ଆଶା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics