STORYMIRROR

Kabiratna Nutan Kumar Behera

Abstract Drama Action

3  

Kabiratna Nutan Kumar Behera

Abstract Drama Action

ବ୍ୟାଘ୍ର ଆରୁଢ଼ା ଦେବୀ ମା' କୁଷ୍ମା

ବ୍ୟାଘ୍ର ଆରୁଢ଼ା ଦେବୀ ମା' କୁଷ୍ମା

1 min
171


ଧରା ନାଚେ ଦେବୀ ମା' ଦୁର୍ଗାଙ୍କ ଆଗମନେ

ପାର୍ବଣ ମହୋତ୍ସବ ନବରାତ୍ର ପୂଜନେ,

ଚତୁର୍ଥ ଦିବସେ ମାତା 

ଦେବୀ କୁଷ୍ମାଣ୍ଡା ବେଶେ ହୁଅନ୍ତି ବିରାଜିତା।୧।


ଜଗତଜନର ହିତେ କଲ୍ୟାଣକାରିଣୀ

ଧନ ସମ୍ପଦ ଶକ୍ତିର ଉତ୍ସ ପ୍ରଦାୟିନୀ,

ଦେବୀ ମା' ବ୍ୟାଘ୍ର ଆରୁଢ଼ା

କୁଷ୍ମାଣ୍ଡେ ଥିବାରୁ ଶ୍ରଦ୍ଧା ନାମ ଯେ କୁଷ୍ମାଣ୍ଡା।୨।


ଅଷ୍ଟଭୁଜା ସ୍ଵରୂପିଣୀ ବେଶେ ଆବିର୍ଭୂତା

ହସ୍ତେ ପଦ୍ମ ଚକ୍ର କମଣ୍ଡଳୁ ଧନୁ ଗଦା,

ଅମୃତ ପାତ୍ର ଓ ମାଳା

ଅଭୟ ମୁଦ୍ରାରେ ହୋଇଥାନ୍ତି ସେ ମଙ୍ଗଳା।୩।


ବସୁନ୍ଧରା ଥିଲା ଅନ୍ଧକାରେ ଆଚ୍ଛାଦିତ 

ଆଲୋକ ରେଖାରେ ମାତା ହେଲେ ଯେ ପ୍ରତୀତ,

ହସିରୁ ସୃଜି ବ୍ରହ୍ମାଣ୍ଡ 

ଅନ୍ତରୀକ୍ଷରୁ କଲେ ଏ ବିରାଟ ଭୂଖଣ୍ଡ।୪।


ଆକାଶେ ରଖିଲେ ସେ ସୂର୍ଯ୍ୟ ଚନ୍ଦ୍ର ନକ୍ଷତ୍ର

ବସୁଧାରେ ବାସ କଲେ ସଜୀବ ସର୍ବତ୍ର,

ଆଦିମାତା ଶକ୍ତିମୟୀ

ସଂସାରକୁ ଦୀପ୍ତିମାନ କରୁଛନ୍ତି ସେଇ।୫।


ତାଙ୍କ ପୂଜା ଅର୍ଚ୍ଚନାରେ ପ୍ରାପ୍ତ ହୁଏ ସିଦ୍ଧି

ଧନ ଜନ ଯଶ ମାନ ହୁଅଇ ଶ୍ରୀବୃଦ୍ଧି,

ପୁଣ୍ଯ ମିଳେ ତାଙ୍କୁ ଜପି

ଭକ୍ତ ଅନାହତ ଚକ୍ରେ ମନ ରଖେ ଥାପି।୬।


ମାଆ କୁଷ୍ମଣ୍ଡାଙ୍କ ପାଦପଦ୍ମେ ପ୍ରଣିପାତ

କୃପାରେ ତାଙ୍କର ନିସ୍ତରି ରହୁ ଜଗତ, 

ସଭିଙ୍କୁ ମିଳୁ ଆଶିଷ

ଭକ୍ତିଭାବ ହୃଦୟରୁ କରୁଛି ପ୍ରକାଶ।୭।


   



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract