STORYMIRROR

Kabiratna Nutan Kumar Behera

Abstract Drama Action

3  

Kabiratna Nutan Kumar Behera

Abstract Drama Action

କେମିତି କହିବି ପ୍ରଭୁ

କେମିତି କହିବି ପ୍ରଭୁ

1 min
147

   

ପାଇ ଗଲା ପରେ ସବୁ 

          ତୁମ ନାମେ ମୁହଁ ଖୋଲି,

କେମିତି କହିବି ପ୍ରଭୁ

        କିଛି ଦେଇ ନାହଁ ବୋଲି ?୦।

ଦେଇଛ ତ ପଞ୍ଚଭୂତ

          ଆତ୍ମା ସାଥେ ଏ ଶରୀର,

ବୁଦ୍ଧି ବିବେକ ସହିତ

          ମୁଖରେ ଭାଷା ମଧୁର।୧।

କରି ମନେ ଅଭିମାନ

            କାମନାରେ ହୁଏଁ ବାଇ,

ଏ ଜୀବନ ତୁମ ଦାନ

         ଖୁସି ହେଉ ନାହିଁ ପାଇ।୨।

ପାଇ ଗଲା ପରେ ସବୁ......

କରମ କରୁଛି ଯାହା

            ପାଉଛି ମୁଁ ତାର ମୂଲ, 

କେବେ ଭାବେ ନାହିଁ ତାହା

           କରୁଛି ମନ୍ଦ କି ଭଲ।୩।

ମାତି ମୁଁ ଭୋଗ ବିଳାସେ

            ମିଛରେ ହେଉଛି ଧନ୍ଦି,

ସତ୍ୟ ପଥ ହୁଡ଼ି ବସେ

        ମାୟାରେ ହେଉଛି ଛନ୍ଦି।୪।

ପାଇ ଗଲା ପରେ ସବୁ......

ଅଜ୍ଞାନ ଅନ୍ଧାରୁ ନିଅ

          ଦେଖାଇ ଆଲୋକ ପଥ,

ଭରସା ବିଶ୍ଵାସ ଦିଅ

         ପୂର୍ଣ୍ଣ ହେଉ ମନୋରଥ।୫।

ତୁମେ କୃପା କରି ରଖ

          ତୁମ ବାହୁ ଛାୟା ତଳେ,

ଦୂରେ ଯାଉ ମୋର ଦୁଃଖ 

        ପ୍ରାର୍ଥନା କରେ ବିକଳେ।୬।

ପାଇ ଗଲା ପରେ ସବୁ......

     



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract