STORYMIRROR

Kabiratna Nutan Kumar Behera

Abstract Drama

3  

Kabiratna Nutan Kumar Behera

Abstract Drama

ହେ କରୁଣାକର କୃପାସିନ୍ଧୁ

ହେ କରୁଣାକର କୃପାସିନ୍ଧୁ

1 min
135

   

ହେ କରୁଣାକର କୃପାସିନ୍ଧୁ

         ତୁମେ ସାରା ସଂସାରର ବନ୍ଧୁ,

ତୁମେ ମହାମେରୁ ମହାବାହୁ

        ତୁମେ ବିନା ଡାକିବି କାହାକୁ ।୦।

ଏ ଦୁନିଆଁ ତୁମେ ସୃଷ୍ଟି କରି

          ରଖିଛ ତୁମ ହାତରେ ଧରି,

ବିପଦେ ଆପଦରେ ଉଦ୍ଧାରି 

           ଅଧରରେ ଦିଅ ହସ ଭରି।୧।

ତୁମେ ଜଗତେ ବଡ଼ଠାକୁର

          ଆଦି ଅନ୍ତ ନାହିଁ ଯେ ତୁମର,

ତୁମେ ଦୟାମୟ ହରିହର

        ତୁମ ଇଙ୍ଗିତେ ଚାଲେ ସଂସାର।୨।

ହେ କରୁଣାକର କୃପାସିନ୍ଧୁ

ତୁମେ ଜୀବର ଜୀବନ ଡ଼ୋର

          ଧରି ରଖିଛ ହାତେ ତୁମର,

ତୁମ ଶରଣେ ସଚରାଚର,

           ତୁମ ଆଶିଷ ଅମୃତ ଝର।୩।

ତୁମ ପାଶେ ଏତିକି ଗୁହାରି

       ଜୀବନେ କେବେ ଯିବିନି ହାରି,

ମନେ ପ୍ରାଣେ ଦିଅ ଜ୍ଞାନ ଭରି

          ସେବାରେ ରହିଥିବି ସବୁରି।୪।

ହେ କରୁଣାକର କୃପାସିନ୍ଧୁ

      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract