STORYMIRROR

lopa samal

Drama

3  

lopa samal

Drama

ବ୍ରହ୍ମାଣ୍ଡ ଠାକୁର

ବ୍ରହ୍ମାଣ୍ଡ ଠାକୁର

1 min
164

  

 ଜଗତର ନାଥ ପ୍ରଭୁ ଜଗନ୍ନାଥ

    ପତ୍ନୀ ମହାଲକ୍ଷ୍ମୀ ଯା'ର,

  ବଡ଼ପଣ୍ଡା ଯା'ର ବିଶିଷ୍ଟ ସେବକ

    ବଡ଼ ଦେଉଳ ତା' ଘର।

  ଅସରନ୍ତି କୋଟି ବ୍ରହ୍ମାଣ୍ଡ ଠାକୁର

    ମହୋଦଧି ଯା' ସାଗର,

  ପ୍ରସାଦ ଯାହାର ସେ ମହା ପ୍ରସାଦ

   ଦାଣ୍ଡ ବଡ଼ଦାଣ୍ଡ ତା'ର।

  ଦୀପ ମହାଦୀପ ଅବଢ଼ା ନିର୍ମାଲ୍ୟ

      ମହାଭାବର ଠାକୁର,

   ମଉଡ଼ମଣି ତୁ ସର୍ବ ଦେବତାଙ୍କ

      ଦାରୁ ବ୍ରହ୍ମ ଅବତାର।

   ବ୍ରହ୍ମ ସଂସ୍ଥାପନ ନବକଳେବର

      ପ୍ରଭୁ ସଗୁଣ ସାକାର ,

   ଦାରୁର ବିଗ୍ରହରେ ପ୍ରାଣବନ୍ଧୁ ଦେବ

      ପ୍ରାଣ କେନ୍ଦ୍ର ଉତ୍କଳର।

   ପୃଥିବୀ ପ୍ରସିଦ୍ଧ ଯା' ରଥଯାତ୍ରା

      ବିଜୟ ତିନି ଠାକୁର,

   ପତିତ ଉଦ୍ଧାର କର ଜଗନ୍ନାଥ

    ନେତ ଉଠେ ଫର ଫର।

      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama