STORYMIRROR

Samar Ballav Bhoi

Drama Action Inspirational

3  

Samar Ballav Bhoi

Drama Action Inspirational

ପଥହରା ମଣିଷ

ପଥହରା ମଣିଷ

1 min
263


ହେଇ ଦେଖୁନୁ 

କିଏ ଗୋଟେ ନାଳ ଭିତରେ 

ଚିତପଟାଙ୍ଗ .

ଆରେ ଇଏ ତ ଆମ 

ରଘୁ ଭାଇନା .. ହଁ ପରା

ଏଠି ଏମିତି ଅବସ୍ଥାରେ

ଘରେ କ'ଣ ଶୋଇବାକୁ 

ଖଟ ନାହିଁ କି ?

ଖଟ ଅଛି

ଘରେ ଶୋଇବାକୁ ଜାଗା ବି

ଶୋଇବାକୁ ଘର ବି .

କିନ୍ତୁ ଏ ପରା ନାଲି ପାଣି ର ନିଶା

କେତେ ବେଳେ ନାଳରେ

କେତେ ବେଳେ ରାସ୍ତା କଡ଼ରେ

କେତେ ବେଳେ ଅନବରତ ପାଟିରୁ 

ଭସ ଭସ ଇଂରାଜୀ ଭାଷା

ଏ ନିଶା ଭାରି ନିଆରା ନିଶା

ସବୁଠାରୁ ପ୍ରଭାବଶାଳୀ

ଥରେ ଯିଏ

ତାର ଭାବଭଙ୍ଗୀ କିଛି ନିଆରା...!


ବୁଢ଼ା ବାପା ସେପଟେ 

ରାତିଦିନ ଏକ କରି 

ଝାଳ ବୁହାଇ ଖଟୁଛି..

ପରିବାର ଟା ଭଲରେ ରହୁ..

ହେଲେ

ପୁଅ ଏପଟେ ରାସ୍ତା ହୁଡି 

ପଥଭ୍ରଷ୍ଟ ପଥହରା ପରି

କିଆ ବୁଦା ତଳେ ଗଡୁଛି ...

ନାଳ ନର୍ଦ୍ଦମା ରେ .

କ'ଣ କାହାକୁ କହିବୁ..

ସତେକି ନିଶା ପାଇଁ ପଥହରା 

ନା ..ନା ବୋଧେ...

ପଥ ପାଇଁ ପଥହରା ମଣିଷ ଟିଏ 

ସେହି ରଘୁ ଭାଇନା....!

ଏ ନିଶା କାହା ପାଇଁ ନ ହେଉ ପେଶା

ପେଶା ପାଇଁ ନ ପିଉ ସେ ନିଶା

ନିଶା ପାଇଁ ସୁନ୍ଦର ସମାଜରୁ 

ହୁଅ ନାହିଁ ପଥହରା.......

ନିଶା ରୁ ଫେରିଲେ ବୋଧେ 

ଜୀବନ ରେ ଆସିଥିବ ସନ୍ଧ୍ୟା.. 

ନିଶା ପାଇଁ ପଥହରା ...

ଏ ଜୀବନଟା... 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama