STORYMIRROR

SOUBHAGYABATI GIRI

Drama Others

3  

SOUBHAGYABATI GIRI

Drama Others

ବାପଘରେ ରହୁଥିବା ଝିଅ

ବାପଘରେ ରହୁଥିବା ଝିଅ

2 mins
52


ବାପଘରେ ରହୁଥିବା ଝିଅ ଜାଣେନି 

ଶାଶୁଘର ତା'ର କେମିତି ଚଳୁଛି

ତା' ବୟସ୍କ ଶ୍ୱଶୁରଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ କେମିତି ଅଛି

ଶାଶୁମା' ଏ ବୟସରେ ବି କେମିତି ଘରଣୀ ସାଜି ଘର ଚଳଉଛନ୍ତି

ଦିଅରଙ୍କ ଚାକିରି କଥା କେତେବାଟ ଗଲା

ତାକୁ ସମୟ କାହିଁ ନଣନ୍ଦ ସହିତ ପଦେ କଥା ହେବାକୁ?

ବାପଘରେ ରହୁଥିବା ଝିଅ ଆଜିଯାଏଁ ବି ଶାଶୁଘର ସୁଖ କ'ଣ ଜାଣିବାକୁ ଚାହିଁନି

ସେସବୁ ଜାଣି ଲାଭ ବା କ'ଣ?

ବାହା ଅଳତା ପାଦରୁ ନ ଛାଡୁଣୁ ଶାଶୁଘର ଛାଡିଚି ସେ

ସେ ତ କେତେ ହସଖୁସି ର ଜୀବନ ବିତଉଛି ତା ବାପଘରେ

ତା ସ୍ୱାମୀ ବି ତା ପାଖରେ ଅଛି

ନିଜ ବାପାମା' ଙ୍କର ବହୁତ୍ ଯତ୍ନ ନେଉଛି

ଭାଇଭଉଣୀଙ୍କ ଦେଖାଶୁଣା କରୁଛି

ଆଉ ଅଧିକ ଟା କ'ଣ ଦରକାର ?

............

ଏବେ କିନ୍ତୁ ବାପଘରେ ରହୁଥିବା ଝିଅର ଚିନ୍ତା ବଢିଯାଇଛି

ଘରେ ଭାଇଟା ବିବାହଯୋଗ୍ୟ ହେଇ ଗଲାଣି

ଘରକୁ ଭାଉଜ ଆସିବ

ତା'ର ଏ ଘରୁ ପ୍ରାଧାନ୍ୟ କମିଯିବ

ସେ ବାପଘରେ ରହିବା ଟାକୁ ଯଦି ତା ଭାଉଜ ପସନ୍ଦ ନ କରେ

କୁଆଡେ ଯିବ ସେ ??

ସେଇ ଚିନ୍ତା ଆଜିକାଲି ଦିନରାତି ଘାରୁଛି ତାକୁ

ବାପଘରେ ରହୁଥିବା ଝିଅର ଭୟ ବୁଢିଆଣୀ ଜାଲ ଭଳି ବସା ବାନ୍ଧିଲାଣି

ଆଶଙ୍କା ର ଅଡୁଆ ସୂତାରେ ଏକଦମ୍ ଛନ୍ଦି ହେଇଗଲାଣି

ସବୁବେଳେ ସେ ଗୁମ୍ ସୁମ୍

ଜିରାରୁ ଶିରା କାଢି କେତେଜାଗା ଭାଇର ବାହାଘର ବି ଭାଙ୍ଗିଲାଣି ସେ

ହେଲେ କେତେ ବା ଭାଙ୍ଗିବ

ଦିନେ ନା ଦିନେ ତ ପୁଣି ଭାଇ ବାହା ହେବ 

............

ୟା ଭିତରେ ଭାଇର ବାହାଘର ହେଇ ଗଲାଣି

ଭାଉଜ ଭିତରେ ସୃଷ୍ଟି ଯାକର ଖୁଣ ଦେଖିବାକୁ ପାଉଛି ବାପଘରେ ରହୁଥିବା ଝିଅ

ମଝିରେ ମଝିରେ ଦି' ଜଣଙ୍କର 

ଠୁକ୍ ଠାକ୍ ଖୁଟ୍ ଖାଟ୍ ବି ହେଇ ଯାଉଛି

ଆଜିକାଲି ଘର ଭିତରୁ କଳିଝଗଡା ଦାଣ୍ଡକୁ ଶୁଭିଲାଣି

କ'ଣ କରିବ ବିଚାରୀ ବାପଘରେ ରହୁଥିବା ଝିଅ

ତା' ଭାଉଜ ଟା କାଳେ ଜମା ଭଲ ନୁହଁ

ଶାଶୁଶ୍ୱଶୁରଙ୍କ ବିଷୟରେ ଟିକେ ବି ଚିନ୍ତା କରୁନି

ଖାଲି ବାପଘର ବାପଘର ହଉଛି

ବାପଘରେ ଯାଇ ରହିବାକୁ ତା ଭାଇ ଟାକୁ ଶିଖଉଛି

ଶାଶୁ ଘରକୁ ନିଜର କରିବାକୁ ବୁଝେଇଲେ ସେ ଅଲାଜୁକୀ ଝଗଡା କରୁଛି

............

ଆଜି କିନ୍ତୁ ସବୁ ସୀମା ପାର ହେଇଯାଇଛି

ବାପଘରେ ରହୁଥିବା ଝିଅର ମୁଣ୍ଡକୁ ପିତ୍ତ ଚଢିଯାଇଛି

ସେ ଖାଲି ବିଷଧର ସର୍ପ ଭଳି ଫଁ ଫଁ ହଉଚି

କାହିଁକିନା ଆଜି ତା ଭାଉଜ ତା ଭାଇକି ଫୁସୁଲାଫୁସୁଲି କରି ସାଙ୍ଗରେ ନେଇ ତା' ବାପଘରକୁ ଚାଲିଯାଇଛି ...



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama