STORYMIRROR

Debabrata Mishra

Abstract Drama Inspirational

3  

Debabrata Mishra

Abstract Drama Inspirational

କବି ମରିଯାଇଛି

କବି ମରିଯାଇଛି

2 mins
252

ଅଧା ଗଣତନ୍ତ୍ରର ଫୁଲରେ ନିଜକୁ ଓ ଗଣତନ୍ତ୍ରକୁ

ନିଜର ଶବ୍ଦରେ ମିଛ ଗଣତନ୍ତ୍ରକୁ ଶାସନକୁ

କବି ସଜାଇ ଚାଲିଛି ରଙ୍ଗବେରଙ୍ଗର ବ୍ୟାକରଣ ଦେଇ

ଆକର୍ଷଣୀୟ ବିଶେଷଣରେ ପ୍ରଂଶସାର କୋଣାର୍କ ଗଢୁଛି,

 କିନ୍ତୁ

କବି ମରିଯାଇଛି ଯେବେ ଲୁହ ଦେଖିଛି ଦୁଃଖ ଦେଖିଛି

ଦେଖୁଛି ଯେବେ ପ୍ରତିଦିନ ଅବ୍ୟବସ୍ଥା

ଜନତାର ଶିକ୍ଷା, ସ୍ୱାସ୍ଥ୍ୟ ଓ ଜୀବନର ପ୍ରତିକ୍ଷଣରେ

ଦେଖାଯାଉଥିବା କଣ୍ଟାକୁ କିପରି ବାହାର କରିବ

କଣ୍ଟାଚାଷ କରୁଥିବା କିଛି ସ୍ୱାର୍ଥବାଦୀ ଅମଣିଷଙ୍କ

ଅସଲ ଚେହେରା କିପରି ସମାଜକୁ ଦେଖାଇବ ସେ . . ... (୧)

ସାହିତ୍ୟକୁ ଖୁବ୍ ଭଲପାଏ ଫଗୁଣକୁ ଋତୁକୁ ନେଇ

ରଚେ ସାତରଙ୍ଗର କବିତା, କାବ୍ୟ ଓ ଗୀତ

ପ୍ରେମର ବାଖ୍ଯା କରିବାକୁ ଅଦମ୍ୟ ଚେଷ୍ଟା ତାର

ପ୍ରକୃତି ବର୍ଣ୍ଣନା କରୁଛି ଭିନ୍ନ ଅଳଙ୍କାର ଦେଇ

ସବୁ କବି ପ୍ରେମରୁ ହିଁ ତ ଆରମ୍ଭ କରନ୍ତି କବିତା ଲେଖା,

କିନ୍ତୁ

କବି ମରିଯାଇଛି ଯେବେ ଶୈଶବ କାନ୍ଦିଛି ଅଭାବରେ

ଅଶିକ୍ଷାର ବିଷ ବାରବାର ସିଞ୍ଚନ କରାଯାଉଛି

କେବଳ ଯାହା ଡ଼ିଗ୍ରୀର ଚାକଚକ୍ୟ ଜୀବନ ଗଢୁଛି ସମାଜ

କେବେ ଲେଖିଛି କି ଶାଣିତ ଶବ୍ଦେ ଅସମ୍ମାନିତ ଅବହେଳିତ

ଭାରତ ପରି ଦେଶରେ ଅସହାୟ ଶିକ୍ଷକଙ୍କ ନିମନ୍ତେ...... (୨)

କବିତାରେ ସାହସ ଆଦର୍ଶ ବିପ୍ଳବ କାହିଁକି ବଛାବଛା

କିଛି ନିର୍ଦ୍ଧିଷ୍ଟ କାଳ ଓ କ୍ଷେତ୍ର ପାଇଁ ରହିଛି

ଅନ୍ୟାୟ କୁ ମିଛ ଗଣତନ୍ତ୍ରକୁ କୁଶାସନକୁ ସ୍ଥାଣୁତାକୁ

ମୁକ୍ତ ବିରୋଧ ନ କରିବା ଅନ୍ୟ ଏକ ଚାଟୁବାଦ ନୁହେଁ କି

ପାର୍ବଣକୁ ସୁନ୍ଦର ବର୍ଣ୍ଣନା କରୁଛି କବିଟିଏ

ସଂସ୍କୃତି ପରମ୍ପରା କଥା ଲେଖି ଅନେକ ବାଃ ବାଃ ନେଉଛି

କିନ୍ତୁ

କବି ମରିଯାଇଛି ଯେବେ ପ୍ରତିଦିନ ଗାଁ ସହର ଗଳିକନ୍ଦିରେ

ଲାଞ୍ଚ ମିଛ ଦୁଷ୍କର୍ମ ର ଗନ୍ଧ ତାର ନାକରେ ପଡ଼େ

ସୁବିଧାବାଦୀ ହୋଇଛି କବି ଆଜି ଭୟଭୀତ ତ ବାହାନା

ଅସଲରେ ସେ ଅବସରବାଦୀ ହୋଇଯାଇଛି

କ'ଣ ବାର୍ତ୍ତା ଦେଉଛି କବି କେବଳ ତାହା ଲେଖ

ଯାହା ସରକାରକୁ କଷ୍ଟ ନ ଦେବ ଅସୁବିଧା ନ ହେବ

ଏହା କଲେ ପୁରସ୍କାର ପାଇବାର ସମ୍ଭାବନା ଅନେକ

ୟାଙ୍କୁ କ'ଣ କବି କହିହେବ ନା କବି ମରିଯାଇଛି. . . (୩)

କିଛି ସତ ଲେଖୁଛି ଆଉ କିଛି ସତକୁ ଦେଖୁନି ସେ

ଜାଣିଶୁଣି ଚୁପ୍ ହୋଇ ବସିଛି ବୀବେକହୀନ ହୋଇ

ସେ ସତ ଲେଖିଲେ ପରା ତାର ବହି ପ୍ରକାଶନ ହେବନି

ଦି ପଇସା ରୋଜଗାର ହେବନି ପୁରସ୍କାର ପାଇପାରିବନି

ଛି.. ଛି.. କେବଳ କ'ଣ ପ୍ରେମ ବିରହ ପ୍ରତାରଣାରେ

କବିତା ଲେଖା ଯାଇପାରେ କିନ୍ତୁ ଏହା ଦ୍ୱାରା ସମାଜ କେମିତି ସମ୍ଭବ

କିନ୍ତୁ

କବି ମରିଯାଇଛି ଗଣମାଧ୍ୟମର ଦୋଷ ଲେଖିବାକୁ

ଡରିଯାଇଛି ସ୍ୱାର୍ଥର ଗୁପ୍ତ କାରଣରୁ ଲୋକଙ୍କ ଆଗେ

ହାରିଯାଇଛି ଶାସନର ପ୍ରଶାସନର ଦୁର୍ବଳତା ଲେଖିବାକୁ

ତା ଭିତରଟା ମରିଯାଇଛି ସେ କବି ନୁହେଁ ଆଉ ସମାଜ ପାଇଁ

ନିଜପାଇଁ ଲେଖୁଛି ଆତ୍ମବଡ଼ିମା ଓ ନିଜର ଇଛାପୂର୍ତ୍ତି ପାଇଁ

କବି ମରିଯାଇଛି କବି ହାରିଯାଇଛି ମିଛ ଗଣତନ୍ତ୍ର ଆଗରେ। (୪)



Rate this content
Log in

Similar oriya poem from Abstract