STORYMIRROR

Banasmita Panda

Drama Tragedy Inspirational

3  

Banasmita Panda

Drama Tragedy Inspirational

ବାପାଙ୍କ ପ୍ରେମ

ବାପାଙ୍କ ପ୍ରେମ

2 mins
275


ଜୀବନର ଆବଶ୍ୟକତା

ତା ନିକଟରେ ସାମାନ୍ୟ

ଯଦି କଥା ଥାଏ ସନ୍ତାନର

ଜୀବନର ଯାତ୍ରାରେ

ସେ ଯେ ବଳିଷ୍ଠ ଦାନୀ

ବଳି ପଡିଯିବେ ରାଜା ହରିଶ୍ଚନ୍ଦ୍ର, କର୍ଣ୍ଣ

ଯଦି କଥା ଥାଏ ସନ୍ତାନର

ସେ ଯେ ମା ର ପଣତ ପରି

କଠୋର ଚଟାଣ ପରି

ଜୀବନପଥର ମାର୍ଗଦର୍ଶକ

ପ୍ରଥମ ଡାକରେ ଚିହ୍ନଇ

"ବାପା " ବୋଲି

ଦଶ ଟଙ୍କାର ଆବଶ୍ୟକତା

ପକେଟରେ ପାଇଲେ କୋଡିଏ ଟଙ୍କା

ଅଲଗା କିଛି ଖୁଚୁରା ବ୍ୟବହାର

ଜାଣିନେବ ବାପାଙ୍କ ପ୍ରେମ

ଲୁଚାଇ.... ନିଶବ୍ଦ ପ୍ରେମରେ ଗୁଡ଼ାଇ

ରଖି ଦିଅନ୍ତି ବାପା ଅଜଣା ହୋଇ

ଚାରିପାଖରେ

ପ୍ରତ୍ୟେକ ସମୟରେ 

ଶୀତଳ ପ୍ରେମ, ସ୍ନେହର ଜହ୍ନ ଛାଇରେ

ବାପାଙ୍କ ଭିତରେ ନିଶ୍ୱାସ ନିଏ

ଗୋଟେ ମା ର ଆତ୍ମା, ମମତା 

ଛୋଟ ଛୋଟ ଖୁସି ଆମର

ବଡ଼ ବଡ଼ ତ୍ୟାଗ ବାପାଙ୍କର

ପଥର କରି ନିଜର ଆଶା

ନିଜକୁ ଚଟାଣ କରି

ପଛରେ ଦଣ୍ଡାୟ ବିଶାଳ ଢ଼ାଲ ଯୁକ୍ତ ଅସ୍ତ୍ର ପରି

କ୍ଷମତା ବାହାରେ ଯୁଦ୍ଧ ସେ ଲଢ଼ିଯାନ୍ତି

ବାପା ବୋଲି ସବୁ କଷ୍ଟ 

ସେ ପିଯାଆନ୍ତି 

ଉପରେ ରାଗ, ଗମ୍ଭୀର ଚେହେରା 

ପିଲାଙ୍କ ପାଇଁ ଭିତରେ ଗୋଟେ କୋମଳ ହୃଦୟ 

ଆମ ଖୁସିରେ ତାଙ୍କ ଖୁସି କୁହନ୍ତି

ଝୁଣ୍ଟି ପଡିଲେ ହାତ ବଢ଼ାଇ ସମ୍ଭାଳି ନିଅନ୍ତି

ନ ମାଗି ସବୁ ମିଳିଯାଏ

ସେ ମଉନେ ମଧ୍ୟ୍ୟ ସବୁ ବୁଝିଯାନ୍ତି.

କଷ୍ଟ ଆମକୁ ହେଲେ

ଲୁହ ତାଙ୍କ ଆଖିରେ

ଭାଙ୍ଗି ନ ପଡେ

ତାକୁ ଭିନ୍ନ ଭିନ୍ନ ବାହାନାରେ

ପୋଛିଦିଅନ୍ତି

କାନ୍ଧରେ ହାତ ନ ପକାଇ

ସେ ଯେ ଜୀବନର ସବୁଠୁ ବଡ଼ ବନ୍ଧୁ

ଯେବେ ଦୁଃଖରେ କେହି ନ ଦିଅନ୍ତି ଧରା

ବୟସ ଯେତେ ହେଉ ବଙ୍କୁଲି ବାଡ଼ି ସହ

ଛିଡା ହୁଅନ୍ତି

ଜୀବନ୍ତ ଭଗବାନ ବାପା

ମହା ସମୁଦ୍ର ପ୍ରେମ, ସ୍ନେହ, ଶ୍ରଦ୍ଧାର ବାପା

ଯାହାର ସ୍ରୋତ ପବିତ୍ର, ଅନବରତ

ଜୀବନର ମାର୍ଗଦର୍ଶକ ବାପା

ଯିଏ ସର୍ବଦା ଭେଟି ଦେଇଛନ୍ତି

ପ୍ରେମର

ଧର୍ଯ୍ୟର

ବିଶ୍ୱାସର

ସାହସର

ଧର୍ମର

ବିବେକର 

ସଂସ୍କାରର 

ଆଦର୍ଶର 

ଜ୍ଞାନର 

ସବୁକୁ ନେଇ ଚାଲିବାର !!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama