STORYMIRROR

Ansuman Swain

Drama

3  

Ansuman Swain

Drama

ରାମ ବନବାସ

ରାମ ବନବାସ

2 mins
428


ରାଜା ଦଶରଥଙ୍କୁ ବର ମାଗିଲେ   

  ଧର୍ମପତ୍ନୀ କୈକେୟୀ 

କଥା ଦିଅ ମୋତେ ଦୁଇଟି ବରକୁ 

   ପୂରଣ କରିବ ରହି।

ରାଜା ତ କହିଲେ କୁହ ମହାରାଣୀ

   କେଉଁ ବର ଦେବି ଦୁଇ

ଅକୁଣ୍ଠ ଚିତ୍ତରେ ପୂରଣ କରିବି 

  ଦେଉଅଛି କଥା ମୁହିଁ ।

ପତ୍ନୀ କୈକେୟୀ ପ୍ରଥମ ବରକୁ ସେ

  ବୋଲିଲେ ରାଜାଙ୍କ ପାଶେ

ତମ ଜ୍ୟେଷ୍ଠ ସୁପୁତ୍ର ଶ୍ରୀ ରାମଚନ୍ଦ୍ର  

  ୧୪ 'ବର୍ଷ ଯିବ ବନବାସ  ।

ଦ୍ୱିତୀୟ ବରକୁ ବଖାଣିଲେ ପତ୍ନୀ 

  ରାଜା ହେବ ମୋର ପୁତ୍ର 

ସୂର୍ଯ୍ୟ ବଂଶ ସିଏ କରିବ ଚାଳନା 

   ହେବି ମୁହିଁ ପ୍ରଫୁଲ୍ଲିତ ।

ରାଜା ଦଶରଥ କ୍ରୋଧ ନିତ ହୋଇ 

   କହିଲେ ହେଲ ପାଗେଳି

ଯେଉଁ ପୁଅକୁ ତମେ ଏତେ ଭଲ ପାଅ 

   ବନକୁ ଦେଉଛ ଠେଲି ।

ସ୍ବଭାବେ ନାରୀ ଜନ୍ମ ପାଇ 

       ଧର୍ମ ଅଧର୍ମ ନଜଣାଇ

ଶନି ସଙ୍ଗେ ଯୁଦ୍ଧ କରିବାକୁ ରାଜା 

   ଦଶରଥ ଯାଇଥିଲେ

ଯୁଦ୍ଧ କ୍ଷେତ୍ରେ ଶନି କ୍ରୋଧ ନୀତି ହୋଇ

  କୋପ ଦୃଷ୍ଟି ପକାଇଲେ ।

ରାଜ ଦରବାରେ ରାମ ହେଲେ ରାଜା 

  ହେବ ତାଙ୍କ ମୃତ୍ୟୁଦଣ୍ଡ 

ଚଉଦ ବରଷ ବନ ଯାତ୍ରା ହେବ 

  ଦେଖିବ ଏହି ଜଗତ ।

ରାଜା ଦଶରଥ ପତ୍ନୀ କୈକେୟୀ 

  କରିଲେ ବନ ଭ୍ରମଣ 

ବସିଗଲେ ଗଲେ ବୃକ୍ଷମୂଳେ ଯାଇ

 ମେଣ୍ଟାଇଲେ ଥକାପଣ।

ଦଶରଥଙ୍କ କୋଳେ ପତ୍ନୀ କୈକେୟୀ

  ମଥାପାତି ଶୋଇଗଲେ 

ମୃଦୁ ମଳୟ କୁ କୋଇଲିର ଗାନ 

  ଶୁଣି,ଶୁଣି ଖୁସି ହେଲେ ।

ବୃକ୍ଷ ଅଗ୍ରଭାଗେ ବସି ଦୁଇ ପକ୍ଷୀ

  ହେଉ ଥାନ୍ତି ଦୁଃଖ, ସୁଖ 

ଶାଗୁଣା ,ଶାଗୁଣୀ ନାମ ଯେ ତାଙ୍କର 

  ଦେଖୁ ଥାନ୍ତି ଚାରି ଦିଗ ।

ଶାଗୁଣୀ ବୋଲିଲା ଆହେ ସ୍ୱାମୀ ଦେବ

   ଦିଅନ୍ତନି କିଛି ମାଂସ 

ଶାଗୁଣା କହିଲା ଗର୍ଭବତୀ ରହି 

  ଖୋଜୁଛୁ ତୁ ପଚା ଅଂଶ ।

ଆଉ କିଛି ଦିନ ରହିଯା ଶାଗୁଣୀ

   ଖାଇବୁ ତୁ କଞ୍ଚା ମାଂସ

ସୂର୍ୟ୍ଯ ବଂଶେ ରାଜା ରାମଚନ୍ଦ୍ର ହେଲେ

   ମୃତ୍ୟୁ ତା ହେବ ନିଶ୍ଚିତ ।

ଏତିକି କହି ଫର୍ କି ଉଡିଗଲେ  

  ଶାଗୁଣା ,ଶାଗୁଣୀ ଦୁହେଁ 

ତାଙ୍କରି କଥାକୁ ପତ୍ନୀ କୈକେୟୀ 

  ଶୁଣିଲେ ତାଙ୍କରି କର୍ଣ୍ଣେ ।

ଉଡିବା ପୂର୍ବରୁ ଶାଗୁଣା ବୋଇଲା 

  ଏ କଥାଟି ନିରାଟ ସତ୍ୟ

ରାଜା ଦଶରଥ ଆଗେ ଯେ ବୋଲିବ

  ତାର ହେବ ମୂର୍ଦ୍ଧନା ପାତ ।

ଦୃବାଶା ମହର୍ଷି ଜର୍ଦୁବାସ୍ୟା ବ୍ରତ

   ପାଳନ କରିନ୍ତି ତହିଁ

ସାତ ବରଷର ହୋଇଥିଲେ ଝିଅ

  ମାତା ରାଣୀ କୈକେୟୀ 

ମାତା କୈକେୟୀ ଦୃବାଶାଙ୍କ ସେବାରେ

   ଦେଉଥିଲେ ସଦା ଧ୍ୟାନ

ମହର୍ଷି ଖୁସିରେ ଝିଅକୁ କହିଲେ

  ମାଗେ ତୁ କେଉଁ ବଚନ ।

ଯେଉଁ ବର ତୁହି ମାଗିବୁ ମୋତେ ତୁ

   ଦେବି ତୋର ହସ୍ତେ ଥୋଇ

କୈକେୟୀ ତାଙ୍କର ଚାଲାଖି ପଣକୁ

   ମହର୍ଷିଙ୍କୁ ଦେଲେ କହି ।

ଧନ ସମ୍ପତି ମୋ ଲୋଡ଼ା ନାହିଁ ଆଜ୍ଞା

   ଲୋଡ଼ା ମୋର କିଛି କଥା

ପଶୁ ପକ୍ଷୀଙ୍କର ଭାଷା କର୍ଣ୍ଣ ଶୁଣି 

    ବୁଝି ପାରୁଥିବ ସଦା ।

ଵରପାତ୍ରୀ ପାଇଁଣ ମାତା କୈକେୟୀ 

  ହୋଇଲେ ଅନେକ ଖୁସି 

ସେହି ଦିନ ଠାରୁ ପଶୁ ପକ୍ଷୀଙ୍କର 

 ଭାଷାକୁ ପାରନ୍ତି ବୁଝି ।

ଚାରି ଭାତ୍ରା ଦିନେ ବସି ଖେଳୁଥିଲେ 

  ରାମ ଚାଲି ଗଲେ ଉଠି 

ମାତା କୈକେୟୀ ରାମଙ୍କ ପାଶେ ଯାଇ

  ଧରିଲେ ରାମ ଆଙ୍ଗୁଠି ।

ପାଞ୍ଚ ବରଷର ପୁତ୍ର ଡରି ଯିବୁ ତୁହି 

   ଯାଆନି ସେଠାକୁ ତୁହି

ରାମ ଚନ୍ଦ୍ର ମାତାଙ୍କ ମୁଖକୁ ଚାହିଁ 

  କଥା ପଦେ ଦେଲେ କହି ।

ମାତା ତମେ ଆଜି ସତ୍ୟ କରିବ ମୋ 

  ରାଜା ହେବା ପୂର୍ବେ ମୁହିଁ 

ଚଉଦ ବରଷ ବନବାସ ମୋତେ 

   ପଠାଇବ ତମେ ରହି ।

କଥା ମୁଁ ଦେଇଛି ଦେବତା ମାନଙ୍କୁ

   କ୍ଷୀର ସାଗରର କୂଳେ

ରାବଣ ଶିର ଛେଦ କରିବି ମୁହିଁ

   ବାନର ସେନାଙ୍କ ମେଳେ ।

 ରାଜା ହେବାର କାଲି ଜଙ୍ଗଲ ମୋତେ

      ପଠାଇ ଦେବୁ ମାତା କହ ତୁହିତେ

 କୈକେୟୀ ମନରେ କୌତୁକ ଜାତ

     ଦେବି ,ଦେବି ବାପା କରି ମୁହିଁ ସତ୍ୟ

ସତ୍ୟ ଆଜି ଆଜ୍ଞା ହୋଇଲା ପୂରଣ

  ରାମ ଗଲେ ବନ ବାସ 

ମନ୍ଥରା ରୋଦନ ଦେଖି ରାମଚନ୍ଦ୍ର

  ହୋଇଲେ ପ୍ରଣତି ପାତ ।

ବୋଇଲେ ରାମଚନ୍ଦ୍ର ତମ ଭଳି ମା'

  ମିଳନ୍ତୁ ସବୁ ପୁଅଙ୍କୁ

ମୋ ଭଳି ପୁଅ ନ ମିଳାନ୍ତୁ ଆଦୌ

 ତମ ଭଳି ଦେବୀ ମା'ଙ୍କୁ ।

 କହି, ରାମଚନ୍ଦ୍ର ଗଲେ ବନ ବାସ

   ଖାଲି ହେଲା ସେହି ଧାମ

ବନ ବାସ ପାଇଁ ଦାୟୀ ହେଲେ ଆଜ୍ଞା

   ନିଜେ ମହା ପ୍ରଭୁ ରାମ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama