STORYMIRROR

Binata Mohanta

Abstract Drama Others

3  

Binata Mohanta

Abstract Drama Others

ମୋ ପୁଅ ଏବେ ବଡ଼ ହୋଇ ଗଲା .......

ମୋ ପୁଅ ଏବେ ବଡ଼ ହୋଇ ଗଲା .......

2 mins
284

  ପଛେ ପଛେ ମୋର ପାଦ ଥାପି ଥାପି ଚାଲିବା

  ଖଟ କୋଣରେ ଲୁଚିବାର ଅଭିନୟ କରିବା

  ଖୋଜି ଖୋଜି ପୁଣି ଥକି ଯିବାର ନାଟକ କରିବା

  ମୋତେ ପାଉ ନାହାଁନ୍ତି ଭାବି ତା'ର ଉତ୍ସାହିତ ହେବା

  ପ୍ରତିଦିନ ତା' ସହିତ ଏହିଭଳି ସମୟ ବିତାଇବା

  ଶୈଶବରୁ ବାଳୁତରେ ପଦାର୍ପଣ କରିବା

   ପୁରୁଣା ଦିନ ସବୁ କୁଆଡେ଼ ଗଲା .....

   ମୋ ପୁଅ ଏବେ ବଡ଼ ହୋଇ ଗଲା ।।

   ଦିନ ସାରା ମାମା ମାମା ଡାକିବା

   ପାପାଙ୍କୁ ଫେରିବାର ଦେଖିଲେ ବ୍ୟସ୍ତ ହେବା

   ଛୋଟ ଛୋଟ ଅଭିଯୋଗ ବଖାଣିବା

   ରାଗିଯାଇ ପୁଣି ଗୁମ୍ ହୋଇ ବସିବା

   କିଏ ମୋତେ ମନାଉଛି ବୋଲି ଅପେକ୍ଷା କରିବା

   କେହି ନଗଲେ ପୁଣି ନିଜେ ନିଜେ ଆସି ଘଷି ହବା

   ପୁରୁଣା ଦିନ ସବୁ କୁଆଡେ଼ ଗଲା.....

   ମୋ ପୁଅ ଏବେ ବଡ଼ ହୋଇ ଗଲା ।।


   ଦିନ ତମାମ ଖେଳନାରେ ଖେଳିବା

   ପୁଣି ସାଇକେଲ ଚଲାଇ ଚଲାଇ ଥକିବା

   ଖାଇବା ବେଳେ କାର୍ଟୁନ୍ ର ଫରମାଇସ କରିବା

   ଶୋଇବା ସମୟେ ମନ ଗଢା କାହାଣୀ ଶୁଣିବା

   ଆଗାମୀ ରାତିକୁ ନୂତନ କାହାଣୀର ଇଚ୍ଛା ରଖିବା

   ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ତା ସହ ସମୟ ବିତାଇବା

    ପୁରୁଣା ଦିନ ସବୁ କୁଆଡେ଼ ଗଲା.....

    ମୋ ପୁଅ ଏବେ ବଡ଼ ହୋଇ ଗଲା ।।


   ପାପା ଙ୍କୁ ଦେଖି ସବୁ କାମ ନକଲ କରିବା

   ଦର୍ପଣ ଆଗରେ ଛିଡା ହୋଇ ଦାଢ଼ି କାଟିବା

   ଦାଢ଼ି କାଟୁକାଟୁ ଓଠୋ କାଟି ଦେବା

    ପୁଣି ପାପାଙ୍କ ବେଲଟ୍ କୁ ଅଣ୍ଟା ରେ ଭିଡିବା

    ପାପାଙ୍କ ଭଳି ଫୁଲ ସାର୍ଟ ଓ ଯୋତା ପିନ୍ଧିବା

    ସବୁ ପିନ୍ଧି ନିଜକୁ ବଡରେ ସାମିଲ କରିବା

     ପୁରୁଣା ଦିନ ସବୁ କୁଆଡେ଼ ଗଲା......

     ମୋ ପୁଅ ଏବେ ବଡ଼ ହୋଇ ଗଲା ।।


    ଫିଜିକ୍ସ,କେମିଷ୍ଟ୍ରି, ନା ବାୟୋଲୋଜି

    ତା ଆଗେ ଫେଲ୍ ସବୁ ଟେକ୍ନୋଲୋଜି

    ନିଜ ଦୁନିଆ ରେ ସେ ମସଗୁଲ୍

    ତାକୁ ପସନ୍ଦ ନୋଭେଲ ଓ ମୋବାଇଲ

    କିଛି କହିଲେ ସେ ମୋ ମାଷ୍ଟର ବନୁଛି

   ଏବେ ସିଏ ମୋ ବାପା ବନି ଯାଇଛି

   ପୁରୁଣା ଦିନ ସବୁ କୁଆଡେ଼ ଗଲା.....

   ମୋ ପୁଅ ଏବେ ବଡ଼ ହୋଇ ଗଲା ।।


    କୋଡିଏ ରୁ ଏବେ ଏକୋଇଶିରେ ପଦାର୍ପଣ କରିବା

    ନିଜ ପସନ୍ଦରେ ହେୟାର ଷ୍ଟାଇଲ ରଖିବା

     ପୋଷାକ ପିନ୍ଧିବାର ରୁଚି ବଦଳିବା

     ପରଫ୍ୟୁମ୍ ବୋଳି ମହ ମହ ବାସିବା

     ଶରୀର ଅତି ସୁଠାମ ଦେଖାଯିବା

     ବାଲ୍ୟ ରୁ ଯୌବନରେ ପ୍ରବେଶ କରିବା

   ପୁରୁଣା ଦିନ ସବୁ କୁଆଡେ଼ ଗଲା......

   ମୋ ପୁଅ ଏବେ ବଡ଼ ହୋଇ ଗଲା ।।

                         



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract