STORYMIRROR

Saudamini Tripathy

Drama

3  

Saudamini Tripathy

Drama

ନାରୀ ତୁମେ ନାରାୟଣୀ

ନାରୀ ତୁମେ ନାରାୟଣୀ

2 mins
221


ନାରୀ , ତୁ ନାରାୟଣୀ କବିତା ଶକ୍ତି ଧାରିଣୀ

ସୁଶ୍ରୀ ସୁଦୃଢ ସମାଜ ବଳିୟାରି ସୀମନ୍ତିନୀ

ଜନ୍ତ୍ର ସମା କାର୍ଯ୍ୟରତା ସଶ୍ରମା ଶିକ୍ଷିତା ନାରୀ .

ରଜ ସତ ତମ ତିନି ଗୁଣ ପରି

ନାରୀର ଭିନ୍ନ ଭିନ୍ନ ରୂପ ଭିନ୍ନ ଅବତରୀ

ବେଲପତ୍ରର ତିନି ଶାଖା ତିନି ପତ୍ର ପରି

ତ୍ରିଶୂଳର ତିନି ଧାର ମୁନିଆ ଅଙ୍କୁଶ ପରି

ତିନି ଧାର ତିନି ଗୁଣ ସବୁକୁ ଆଦରି

ଲକ୍ଷ୍ମୀ ସରସ୍ଵତୀ, ଦୂର୍ଗା ରୂପ ଧରି

ଝରଣାର ମିଠା ଭରା ସୁଶୀତଳ ଜଳ ପରି

ବଢି ଚାଲେ ଅବିରାମ ସର୍ବ କାର୍ୟକାରୀ .

ସର୍ବଗୁଣ ଧାରୀ ସମ୍ମାନିତା ଆଧୁନିକା ନାରୀ

ହୋଇ ନାହିଁ ବୋଝ କେବେ କାହିଁରେ କାହାରେ ବା ଭାରି l

କବିତାସମା ଆନନ୍ଦ ଦେଇ ସଭିଙ୍କ ହୃଦ ପୁଲକିତ କରି l



ଦୟା, କ୍ଷମା, ଧୈର୍ଯ୍ୟ, ତ୍ୟାଗବଳେ ବଳୀହାରି

କନ୍ୟା,ପତ୍ନୀ,ମାତାରୂପେ ପରିବାରେ ଅବତରୀ

ପଛାଏ ନା ଜୀବନେ କେବେ ସ୍ଵ କରମେ ଅବହେଳି

ନିଦ୍ରା, କ୍ଷୁଧା, ଅର୍ଥ ,ସ୍ଵାର୍ଥ ସବୁ ପରିହରି

ରଣକ୍ଷେତ୍ର ଯୋଦ୍ଧା ସମ କାର୍ୟ ରେ ଅଗ୍ରସରି

ଛୋଟ ରେ ଶ୍ରଦ୍ଧା ବୃଦ୍ଧ ସେବାକୁ ଆବୋରି

ବୁଝି ସୁଝି କାର୍ୟେ ସଦା ନିଷ୍ଠା କୁ ଆଦରି l


ଗୃହଲକ୍ଷ୍ମୀ କେବେ ପୁଣି ରାଜ୍ୟ କାର୍ଯ୍ୟରେ ଜୁଡି

ପିମ୍ପୁଡ଼ି ଭଳି କାର୍ଯ୍ୟକ୍ଷମ ସ୍ଵୟମ କମରେ ପଣତ ଭିଡି

ଦଶଭୂଜା ଭଳି କାମ କୌଶଳରେ କରି

ସମାଜର ଦୁଃଖ ଫେଡେ ସାଜି କେବେ କାଳୀ

ଅଷ୍ଟ ଲକ୍ଷ୍ମୀ ରୂପେ ନାରୀ ସଦା ସର୍ବଦା ପୂଜିତା

ସଭିଙ୍କୁ ସମ୍ଭାଳେ ଗାଥା ଇତିହାସରେ ବିଦିତା


ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଅବା ସୌର ଚାଳିକା

ସୈନିକା ବୈଜ୍ଞାନିକା ଚିକିତ୍ସା ବିଶେଶିକା

କଳାକାର ବିଚାରିକା କ୍ରୀଡା ବିଶେଷତା

ଶିକ୍ଷକ ଅଧ୍ୟାପିକା କିମ୍ବା ସ୍ଵୟମ ସେବିକା ।

ଶିଶୁର ମାତା ପୁଣି ସ୍ଵାମୀର ମନ ସେବିକା l


ଇତିହାସ କିମ୍ବଦନ୍ତୀ ଗାର୍ଗୀ ଝାନ୍ସୀ ରାଣୀ

ଇନ୍ଦିରାଗାନ୍ଧୀ ସରୋଜିନୀନାଇଡୁ ଗାଥାକୁ ବଖାଣି

ଭିନ୍ନ ଭିନ୍ନ ସମୟରେ ଭିନ୍ନ ଅବତରୀ

ସଂସାରେ ନାରୀ କି ଅଲୋଡା ଭାରି

କମ୍ ଜୋରି

ନର ନାରୀ ଦୁଇ ଫୁଲ ଏକଇ ବୃକ୍ଷରେ

ମୁଦ୍ରା ର ଦୁଇ ପାର୍ଶ୍ଵ ପରିପୂରକରେ

ନର କେବେ ନୁହଁ ଉଚ୍ଚ ନାରୀ ବା ନୀଚ୍ଚ ରେ

ନାରୀ ବିନା କି ଅବସ୍ଥା ନରର ମହୀରେ

ପାଦ ମିଳାଇ ଚାଲୁ ଥାଏ ଜୀବନ ପଥରେ

ଘରକୁ ମନ୍ଦିର କରେ ଗୃହିଣୀ କଳାରେ

ସକ୍ଷମା ନାରୀ ବହୁ ରୂପୀ ବହୁ କାର୍ୟଶିଳା

ଜାଗୃତ ଜାଗ୍ରତ ସଦା କାର୍ଯ୍ୟରେ ନ କରି ହେଳା

ମାତୃ ଜାତି ସମାଜରେ ସମ୍ମାନିତା ପ୍ରଶଂସିତା

ଜନନୀ ଜନ୍ମଭୁମି ସଂସାରରେ ସର୍ବଦା ପୂଜିତା

କେବେ ତୁ କବିତା ପୁଣି କେବେ ହୁଇ ଲତା

କେବେ ପୁଷ୍ପ କାହିଁ ସେବତୀ ଅବା ବନିତା

ଗଙ୍ଗା ଗାୟତ୍ରୀ ସାବିତ୍ରୀ ଯମୁନା କାବେରୀ

ବିଦ୍ୟା ସରସ୍ଵତୀ ତାପ୍ତି ସିପ୍ରା ଗୋଦାବରୀ

ଖୁସି କିମ୍ବା ସୁଖି ନାମେ ଅପସରା ସୁକାନ୍ତି

ସୁନ୍ଦରୀ ହର୍ଷିଣି ସ୍ରୁଷ୍ଟି ସ୍ତୁତି ସ୍ମୃତି ଶାନ୍ତି

କବିତା ଦିବସେ ସୁନ୍ଦରୀ ଶ୍ରୀମତୀ କବିତା

ଗୁଣ ଗାନ କରିବାରେ ନୁହଇଁ ସମର୍ଥା

କବିତା ସୁଷମା ଗୁଣ ଗୁଣି ଚିହ୍ନି ପାରେ

କବିତା ଆନନ୍ଦ ଦେଇ ସଭିଙ୍କ ମନରେ

କବିତା ଆଦର ଚିରଦିନ କବି ହୃଦୟରେ

କବିତା ଦିବସ କବିତା ପରସ (ସଭିଙ୍କୁ) ଛୁଇଁ ଯାଏ ଆନନ୍ଦରେ l







ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama