Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Drama

5.0  

ବି. ନିରୁପମା

Drama

ନିଆଁ ପୋଉଁଥିଲୁ ବସି

ନିଆଁ ପୋଉଁଥିଲୁ ବସି

1 min
314



ଶୀତ ସମୟରେ ପିଲାଦିନେ ଆମେ

ନିଆଁ ପୋଉଁଥିଲୁ ବସି ,

କରୁଥିଲୁ କେତେ ଗପସପ ପୁଣି

ବଡ଼ ଠାରୁ ସାନ ମିଶି ।


ଏମିତି ଥରୁଟେ ନିଆଁ ପୋଉଁ ପୋଉଁ

ସାଥୀପିଲା କେତେଜଣ ,

ଶିଖାଇଲେ ମୋତେ ପାଳ ହୁକା ଟଣା

ବୁଝାଇକି କେତେ କ'ଣ ।


ତାଙ୍କ କଥା ମାନି ପାଳ ଖଣ୍ଡିକରେ

ଧରାଇଲି ନିଆଁ ଝୁଲ ,

ହୁକା ଟାଣୁ ଟାଣୁ ଝରି ପଡ଼ି ନିଆଁ

କଣା ହୋଇଗଲା ସାଲ ।


ସାଲରେ ସେ ଥିବା ପୋଡ଼ା କଣା ଦେଖି

ପଚାରିଲା ମାଆ-"କହ ,

କେମିତି ଏଇଠୁ ପୋଡ଼ି କଣା ହେଲା

ଘୋଡ଼େଇ ଥିଲୁ ତ ଦେହ ।"


ଡରି ଡରି ମୁହିଁ ଖୋଲି କହିଦେଲି

ମାଆ ଆଗେ ସତ କଥା ,

ଶୁଣିଲା ପରେ ସେ ଦୀର୍ଘଶ୍ଵାସ ଛାଡ଼ି

ବୁଝାଇଲା ମୋତେ ଯଥା ।


"ହୁକା ଟଣା ଗୋଟେ ଖରାପ ଅଭ୍ୟାସ

ଦେହପାଇଁ ଭଲ ନୁହେଁ ,

ପାଳ ,କାଉଁରିଆ ଜଳାଉ ଜଳାଉ

ନିଆଁ ଲାଗିଯିବ ଦେହେ ।


ଧୂମପାନ କଲେ କ୍ୟାନସର ହୁଏ

ଫୁସଫୁସ ଯାଏ ପୋଡ଼ି ,

ହୃଦରୋଗ ସହ ଶ୍ୱାସ, କଫ ବସେ,

ରକ୍ତଚାପ ଯାଏ ବଢି।"


ଶୁଣି ମାଆ କଥା ନେଲି ମୁଁ ଶପଥ-

"ଟାଣିବିନି ଆଉ ହୁକା ,

ଏଇଟା ଗୋଟାଏ ଖରାପ ଅଭ୍ୟାସ

ବୁଝିଗଲି ଏବେ ସଫା ।"



Rate this content
Log in

Similar oriya poem from Drama