ତୁମ ଫେରିବା ବାଟ
ତୁମ ଫେରିବା ବାଟ
ତୁମେ ପୁଣିଥରେ ଫେରିଆସନ୍ତି ନି
ପୂର୍ବପରି ଆମେ ପ୍ରେମ ପକ୍ଷୀ ହୋଇ
ନଭସୁମ୍ଭୀ ଆକାଶରେ ଦୂର ଦିଗନ୍ତ କୁ
ବାହୁ ବିସ୍ତାରି ଘୁରିବୁଲେ 6ନ୍ତ
ତୁମେ ପୁଣି ......l
ନିଝୁମ ବର୍ଷାରେ ଯଆନ୍ତେ ଦୁହେଁ
ଛିଟା ଛିଟି ହୋଇ ଭିଜି
ହାତ ଧରାଧରି ହୋଇ
ଯାଆନ୍ତ ନି 6ମଘ ସବାରୀରେ ବୁଲି
ତୁମେ ପୁଣି ...... l
ହାତରେ ହାତ ଛନ୍ଦି
ଓଠ ଧାରରେ ହସି ହସି
ଯାଆନ୍ତେ ନି ବୁଲିବାକୁ
ଅନ୍ତହୀନ ପଥିକ ସାଜି
ତୁମେ ପୁଣି .........l
ତୁମ ବାହୁବନ୍ଧନରେ
ସବୁ ବାଧା ବିଘ୍ନକୁ ଏଡାଇ
ଯାଆନ୍ତି ମୁଁ ଲୁଚି
ସବୁଦିନ ତୁମର ହୋଇ ll
