STORYMIRROR

Kabiratna Nutan Kumar Behera

Drama Inspirational Children

4  

Kabiratna Nutan Kumar Behera

Drama Inspirational Children

ଜାଗରରେ ଶିବମୟ ସାରା ସଂସାର

ଜାଗରରେ ଶିବମୟ ସାରା ସଂସାର

1 min
316

    

ଜାଗରରେ ଶିବମୟ ସାରା ସଂସାର

          ଚଳ ଚଞ୍ଚଳେ ତନ୍ମୟ ହୁଏ ଅନ୍ତର,

ଦୀପ କରେ ଜ୍ୟୋତିର୍ମୟ ଘୁଞ୍ଚେ ଅନ୍ଧାର

        ଦେବ ଦେବ ମହାଦେବ ଦିଅନ୍ତି ବର।


ଫାଲଗୁନର କୃଷ୍ଣ ଚତୁର୍ଦ୍ଦଶୀ ଦିନ

          ମହାଶିବରାତ୍ରୀ ବ୍ରତ ହୁଏ ପାଳନ,

ଦୀପ ଜଳାନ୍ତି ଶ୍ରଦ୍ଧାଳୁ ଭକତ ଜନ

           ଭକ୍ତି ଭାବରେ ପବିତ୍ର କରି ମନ।


ମଙ୍ଗଳମୟ ଈଶ୍ଵର ଶିବଶଙ୍କର 

         ଆଶୁତୋଷ ଦୟାମୟ କରୁଣାକର,

ନିଷ୍ଠାର ସାଥେ ପାଳିଲେ ବ୍ରତ ତାଙ୍କର

        ଦୁଃଖ ସାଗରରୁ ଦୁଃଖି ହୁଏ ଉଦ୍ଧାର।


ସତୀଙ୍କ ବିହୁନେ ପ୍ରଭୁ ଭୋଳାଶଙ୍କର

        ଦୀର୍ଘ ବର୍ଷ ଧରି ଥିଲେ ଧ୍ୟାନରେ ସ୍ଥିର,

ସଂସାର ପାଳନେ ହେଲା ଘୋର ଅନ୍ଧାର

         ଶିବଙ୍କ ବିନା ବଢ଼ିଲା ପାପର ଭାର।


ମହାଯୋଗୀ ଶିବ ଥିଲେ ଯୋଗରେ ମଜି,

        ଗିରିଜା ନନ୍ଦିନୀ ପାର୍ବତୀ ତାଙ୍କୁ ପୂଜି,

କନ୍ୟାକୁମାରୀ ରୂପରେ ସେ ଖୋଜି ଖୋଜି

       ଶିବଙ୍କୁ ପତି ହେବାକୁ କରିଲେ ରାଜି।


ଫାଲଗୁନ ଚତୁର୍ଦ୍ଦଶୀ ଶୁଭ ଲଗନେ

         ହର ପାର୍ବତୀଙ୍କ ବିବାହର ମିଳନେ,

ଉତ୍ସବ ମୁଖର ହେଲା ତିନି ଭୁବନେ

       ଦେବ ମାନବ ରହିଲେ ଆନନ୍ଦ ମନେ।


ଏ ପବିତ୍ର ଦିନଟି ମହାଶିବରାତ୍ରି

       ପୁଣ୍ୟଫଳ ମିଳେ ତାଙ୍କୁ କଲେ ଭକତି,

ଜାଗର ଜାଳି ଭକତେ କରନ୍ତି ସ୍ତୁତି

         ଜୀବନୁଁ ଘୁଞ୍ଚାଇବାକୁ ଦୁଃଖ ଦୁର୍ଗତି।


ଶିବ ମହାଦେବ ପାପ କରନ୍ତି ନାଶ

         ବ୍ରତ ପାଳନ୍ତି ଭକ୍ତ କରି ଉପବାସ,

ରାତିରେ ଦୀପ ଜାଳିଲେ ମିଳେ ଆଶିଷ,

         ପୁଣ୍ୟ ପବିତ୍ର ଅଟଇ ଏଇ ଦିବସ।


ରହୁଥିବାରୁ ଉଜାଗର ଏ ଜାଗର

        ଭକ୍ତିର ଶକ୍ତିରେ ଦୁ଼ଃଖ ହୁଅଇ ଦୂର, 

ଶିବଶଙ୍କର ଆଶୁତୋଷ ହରିହର

       ଜାଗରରେ ଶିବମୟ ସାରା ସଂସାର।

    

        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama