Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jogeswar Meher

Drama Romance

4  

Jogeswar Meher

Drama Romance

ଅଧୁରା ପ୍ରେମ

ଅଧୁରା ପ୍ରେମ

1 min
227


ସ୍ବପ୍ନ ହଜିଗଲା     ଆଶା ତୁଟିଗଲା

     ରାଜାଠୁ ଅଲଗା ରାଣୀ;

ସାରା ଜୀବନଟା    କଟିଯିବ ବୋଧେ

     ଆଖିରୁ ଝରେଇ ପାଣି ।

  

ଅସୁମାରୀ ଆଶା    ବାନ୍ଧି ରଖିଥିଲି

     ନିରୀହ ମନ ଭିତରେ;

ଭାବି ମୁଁ ନଥିଲି    ମନ ଅଭିଳାଷ

     ଭାଙ୍ଗିଯିବ କ୍ଷଣିକରେ ।


ପାଲଟି ଯାଇଛି    ଜିଅନ୍ତା ଶବ ମୁଁ

     ତୁମଠୁ ଦୂରରେ ରହି;

ତୁମେକି ବୁଝିବ    ଛାତିର ଦରଜ

     ବହୁଛି ଲୁହର ନଈ ।


ଯେତେ ଚାହିଁଲେବି  ଏଇ ମୋ ମନରୁ

     ତୁମକୁ ପାରୁନି ଭୁଲି;

ମନମୁଗ୍ଧ ତୁମ      ଲାଜ ଭିଜା ହସ

     ମନେ ଖେଳେ ଲୁଚକାଳି ।


ଦିନେ ହେଲେ କେବେ ମୋ ପ୍ରେମ ଆଳାପ

     ତୁମେ ପରିଲନି ବୁଝି;

ଯେତେ ଖୋଜିଲେବି  ପାଇବନି ଆଉ

     ଏ ଦୁନିଆଁରୁ ଯିବି ହଜି ।


ଭଲ ପାଉଥିଲି     ଭଲ ପାଉଅଛି

     ପାଉଥିବି ସବୁଦିନ;

ଉଣା ହେବନାହିଁ    ଏ ହୃଦୟରୁ ପ୍ରେମ

     ଥିବାଯାଏ ଏ ଜୀବନ ।


ତୁମ ଖୁସି ପାଇଁ     ଯେତେ କଷ୍ଟ ହେଲେ

     ହସି ହସି ଯିବି ସହି;

ଚାଲିଯିବି ଦିନେ    ଏଇ ଦୁନିଆରୁ

     ତୁମ ଖୁସି ଚାହିଁ ଚାହିଁ ।


କାଳିଆ ପାଖରେ   ଏତିକି ପ୍ରାର୍ଥନା

     ଏମିତି ଖୁସିରେ ରୁହ;

ନଜର ନ ଲାଗୁ    କେବେବି କାହାର

     ସବୁବେଳେ ହସୁଥାଅ ।



Rate this content
Log in

More oriya poem from Jogeswar Meher

Similar oriya poem from Drama