Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ganapati Hanuman

Drama Action Fantasy

4  

Ganapati Hanuman

Drama Action Fantasy

ବିଦାୟ ବେଦନା

ବିଦାୟ ବେଦନା

1 min
372


ବିଦାୟର ନାମ      ଧରନା ଗୁରୁହେ

     ବିଦାୟର ନାମ ଧରନା;

କହିଲେ ବିଦାୟ     କାନ୍ଦୁଛି ହୃଦୟ

     ଦିନ ରାତି କରେଁ ଭାବନା 

          ବିଦାୟର ନାମ ଧରନା |


ଅତୀତର ସେହି     ହସଖୁସି ଦିନ

     କେବେ ତାହା ଭୁଲି ହୁଏନା;

ଜଗାଇ ସ୍ମୃତି       ଜଳାଇ ଛାତି

     ବଢାଏ ମନର ବେଦନା 

          ବିଦାୟର ନାମ ଧରନା |


ଚନ୍ଦ୍ରଠୁ କେବେବି    କିରଣ ଯେସନେ

     ଦୂର ବୋଲି ସେତ ଭାବେନା;

ତେସନେ ହେ ଗୁରୁ   ଯେତେ ଦୂରେ ଥିଲେ

     ଆମକୁ ତ ଭୁଲି ଯିବ ନା 

          ବିଦାୟର ନାମ ଧରନା |


ମିଳନର ପରେ     ଆସଇ ବିଦାୟ

     ଏହା ତ ବିଧାତା ରଚନା;

ହେଉ ସୁଖମୟ     ଜୀବନ ତୁମରି

     କରୁଅଛୁ ଶୁଭକାମନା 

          ବିଦାୟର ନାମ ଧରନା |


Rate this content
Log in

More oriya poem from Ganapati Hanuman

Similar oriya poem from Drama