STORYMIRROR

Sunanda Mohanty

Drama Action Inspirational

4  

Sunanda Mohanty

Drama Action Inspirational

କାହାକୁ ଅପେକ୍ଷା

କାହାକୁ ଅପେକ୍ଷା

1 min
382


ସମୟକୁ ତ ନୁହେଁ ନିଶ୍ଚୟ

ମୋହ ମାୟା ଲୋଭ ଆସକ୍ତି ଏବେବି

ଝଟକୁଛି ମୁଠେ ମଲ୍ଲୀ ଫୁଲ ପରି

ମୋର ମୋର ବୋଲି ଚୋରା ବାଲି

କେବେ ମରୀଚିକା କେବେ ମୃଗତୃଷ୍ନା

ଦୃଷ୍ଟାନ୍ତ ଏବେବି ବାକି ଖାଲି

ମୃତ୍ୟୁକୁ ତ ଜମା ନୁହେଁ

ମରିବାକୁ କିଏ ଭଲପାଏ ବା ଚାହେଁ

କଥାରେ ଗୋଲାପ ଫୁଟାଇ ଯା କହେ

ପରକୀୟା ପ୍ରୀତି ସୁନ୍ଦରୀ ଯୁବତୀ

ଏବେବି ମନତଳେ ଇଛା ଗୋଟେ ଥାଏ

ଉପରକୁ ଚମ୍ପା ଫୁଲ ତୋଳୁ ତୋଳୁ ମାଙ୍କଡ଼

 ହେବାକୁ ଯା ତୁଚ୍ଛା ମିଛ କହେ

ତେବେ ବୋଧେ ସୁଯୋଗକୁ ଅପେକ୍ଷା

ଧନ ଜନ ଗୋପ ଲଷ୍ମୀ ଯାହା ହେଲେ ଚଳିଯାଏ

ନହେଲେ ଅପେକ୍ଷା କାହାକୁ ଆଉ

ତୁତ ମୁତୁରି ମୁଁତ ମୁତୁରି

କହିବ ଏଠି କାହାକୁ ଅବା କିଏ !

ଅହିଂସା ପରମ ଧର୍ମ ଗାନ୍ଧୀ ମହାତ୍ମା

ଜାତୀୟ ଦିବସରେ ଜାତୀୟ ପତାକା ତଳେ

କେତେ ମହାନୁଭବତା କଥା କିଏ ବା ନକହେ

ଆଗ ଗଛ ନା ଆଗ ମଞ୍ଜି ଖୋଜୁଥାଏ

ଜୀବନ ସରିବା ଯାଏଁ ଏହି ଉତ୍ତର ଅପେକ୍ଷାରେ

ସନ୍ତୁଳିତ ସାନ୍ତାପିତ ହୁଏ ନା ଆଉ

କାହା ଅପେକ୍ଷା,କାହାକୁ ପଚାରିବ କିଏ

ମନ ତୋହର ନିଜ ଗୁରୁ ଉଦ୍ଧବ କେତେ ତୁ ପଚାରୁ

ଜୀବଦଶା ଚାଲିଥିବା ଯାଏଁ??


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama