STORYMIRROR

Kiranbala Rath

Drama

4  

Kiranbala Rath

Drama

ଅବୁଝାମଣା

ଅବୁଝାମଣା

1 min
234

ସ୍ତବ୍ଧ ହୋଇଯାଇଛି ଆଜି ମୁଁ 

ତୁମ ଏକତରଫା ନିଷ୍ପତ୍ତି ଦେଖି

କିଛି କହିବା ଆଗରୁ ତୁମେ

ଚାଲିଗଲ ମୋ'ଠାରୁ ବହୁତ ଦୂରକୁ 

ସମ୍ପର୍କ ର ସୂତା କାଟି ।


ଶୁଣିଲ ନାହିଁ ପଚାରିଥିବା ପ୍ରଶ୍ନର ଉତ୍ତର

ଅପେକ୍ଷା କରିଲ ନାହିଁ କିଛି କ୍ଷଣ

ଦେଇଥାନ୍ତି ତୁମ ଅଭିଯୋଗ ର ଜବାବ୍

ଶୁଣିଥାନ୍ତ ତୁମେ ଓ ଜାଣିଥାନ୍ତ ମୋତେ

ବାସ୍ ଅପେକ୍ଷା କରିଲ ନାହିଁ କିଛି କ୍ଷଣ।


କଥା ଦେଇଥିଲି ହୃଦୟରୁ ତୁମକୁ

କେବେ ତୁମ କଥା ମାନି ଅମାନିଆ ହେବିନି

ତୁମକୁ ଦେଇଥିବା କଥା କେବେ ଭାଙ୍ଗିବିନି

କ'ଣ ବୁଝିଲ ମୋତେ

କ'ଣ ଏତେ ଶୀଘ୍ର ତୁମ କଥା ମୁଁ ଭୁଲିଗଲି ।


ଥରେ ମାତ୍ର ତର୍ଜମା କରି ଦେଖ

ସତ କ'ଣ ଜାଣିବାକୁ ଚେଷ୍ଟା କର

ଯଦି ମୁଁ ଭୁଲ୍ କରିଛି ତ , ତୁମେ

ମୋ ' ଠାରୁ ଦୂରେଇ ଯାଇପାର 

ଠିକ୍ ଭାବରେ ବୁଝି ଦେଖ ।


ମୋର ଉପରେ ତୁମର ବିଶ୍ୱାସ ଥିଲା କି

ଥରେ ସତ କୁ ପରଖି ଦେଖ

ମୁଁ ତୁମକୁ ଦେଇଥିବା କଥା ରଖିଛି କି ନାହିଁ

ତୁମେ ଅବିଶ୍ୱାସ ଦୃଷ୍ଟିରେ ଦେଖ ନାହିଁ 

ଥରେ ହୃଦୟରୁ ଦେଖ ଆଉ ଜାଣ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama