Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kabiratna Nutan Kumar Behera

Abstract Drama Action

4  

Kabiratna Nutan Kumar Behera

Abstract Drama Action

ଇଚ୍ଛାମୟ ତୁମେ ହେ ଠାକୁର

ଇଚ୍ଛାମୟ ତୁମେ ହେ ଠାକୁର

1 min
280



ଇଚ୍ଛାମୟ ତୁମେ ହେ ଠାକୁର

         ଇଚ୍ଛାରେ ତୁମର

ଚାଲୁଛି ଏ ସାରା ସଂସାର,

    ଗୁହାରୀ ଶୁଣ ଟିକିଏ ମୋର

କରୁଛି ଜୁହାର।

ଏ ଅଧମକୁ କରୁଣାକର,

 ଇଚ୍ଛାମୟ ତୁମେ ହେ ଠାକୁର।

ତୁମେ କୃପାସିନ୍ଧୁ ଦୟା ସାଗର

    ତୁମେ ଦୀନବନ୍ଧୁ ଦୁଃଖିଜନର,

ତୁମେ ଅନ୍ତର୍ଯ୍ୟାମୀ ଏ ଦୁନିଆର

    ତୁମ ଛଡ଼ା କିଏ ହେବ ନିଜର ?

ଜନମ ଦେଇଛ କରି ଆଦର

     ତୁମେ ହିଁ କରତା ମୋ ଆପଣାର,

ସୁଖ ଦୁଃଖ ଯା' ବି କର ବିଚାର

         ସହିବି ଆଶିଷ ଭାବି ତୁମର ।

ଇଚ୍ଛାମୟ ତୁମେ ହେ ଠାକୁର

ତୁମେ ସତ୍ୟନାଥ ତୁମେ ସୁନ୍ଦର

       ତୁମେ ସଚ୍ଚିଦାନନ୍ଦ ନିରାକାର,

ତୁମେ ଦୟାମୟ ପ୍ରଭୁ ହେ ମୋର

       ମୋ ଭରସା ବିଶ୍ବାସ ରଖ ସ୍ଥିର ।

ତୁମ ଇଚ୍ଛା ଘେନି କରମ ମୋର

          କରୁଥିବି ମୁଁ ନିତି ନିରନ୍ତର,

ଥାଇ ତୁମେ ମୋ ହୃଦୟରେ ଚିର

     ଦେଖାଅ ବାଟ ଆଖି ଆଗେ ମୋର

ଇଚ୍ଛାମୟ ତୁମେ ହେ ଠାକୁର ।

          


Rate this content
Log in

Similar oriya poem from Abstract