STORYMIRROR

Sunanda Mohanty

Abstract Drama Others

4  

Sunanda Mohanty

Abstract Drama Others

ଝିଅ ଅଟେ ସରଗ ଫୁଲ

ଝିଅ ଅଟେ ସରଗ ଫୁଲ

1 min
367


ଝିଅ ଜନ୍ମ ହେଲେ ଘୃଣା କରନାହିଁ

ସେତ ଅମୁଲ୍ୟ ମୂଲ୍ୟ

ତା ଅନ୍ତର ତଳେ ପିତା ମାତାଙ୍କ ପାଇଁ

ଭକ୍ତି ଭରା ଫୁଟେ ଫୁଲ

ସଭିଙ୍କ ହୃଦୟ ଜୟ କରିବାକୁ ଶତ ଚେଷ୍ଟା

ଚଳେ କରି ସମତୁଲ

ଶିକ୍ଷା ସଂସ୍କାର ପରୋପକାର ଗୁଣଧର୍ମରେ

ଅଟେ ସେ ସରଗ ପରୀ ତୁଲ୍ୟ

ସ୍ନେହ ଶ୍ରଦ୍ଧା ଓ ସମ୍ମାନ ଏମିତି ପଦାର୍ଥ

ଦେଇ ଥିଲେ ପାଏ ବୋଲ

ଝିଅ ହତାଦାର କରନା ବର୍ବର ମଣିଷ

ପୁଅ ସଙ୍ଗେ ଝିଅ କୁ କର ଗେଲ

ପୁତ୍ର ଅବା କନ୍ୟା ଅବାଟରେ ଯିବ ଆମରି

ଆଚ୍ଚରଣ ଉଚ୍ଚାରଣେ ତଉଲ

ଝିଅ ଘିଅ ବୋଲି କଥା ଯଦି ଅଛି ତାହା

ବଦଳେଇ କରିଦିଅ ହୁଲସ୍ତୁଲ

ଝିଅର ହୃଦୟ ନରମ ଅତ୍ୟନ୍ତ ଭାବନାହିଁ ପର

ନୈଶର୍ଗିକ ସମ ମାସ୍ତୁଲ

ପୁଅ କୁ ଯେମିତି ଝିଅକୁ ସେମିତି ଶିକ୍ଷା ଦେଲେ

ମାର୍ଗ ହୋଇବ ଭଲ

କାଳିଆ ବଳିଆ ପାଖରେ ସୁଭଦ୍ରା ଭଉଣୀ

ସାମାଜିକ ବାର୍ତ୍ତା ଦିଅନ୍ତି ସ୍ରଷ୍ଟା ନିର୍ଭୁଲ

ଝିଅ ଅବା ପୁଅ ସନ୍ତାନ ଆମର ଆମେ ତାହାର

ଭେଦ ଭାବ ଭୁଲିଯିବା ସବୁଠୁ ଭଲ l


Rate this content
Log in

Similar oriya poem from Abstract