ଆ ମୌସୁମୀ ଆ
ଆ ମୌସୁମୀ ଆ
ଜେଠ ଯେଇକରି ଅଶାଡ଼ ଆସଲା
ଦେଖା ନାଇନ ତୋର
ଆ ତୁଇ ଫେରି ଆ ଜଲଦି ଜଲଦି
କରି ସବକେ ସୋର. ।
ଆ ମୌସୁମୀ ଆ ଜଲଦି ଆ
ତୁଇ ଆମର ପ୍ରେମୀ ଭଳିଆ ।।୧।।
ଧଳା ମେଘର ମୁଇଁ ରଥ ବାନେଛେଁ
ପଠାମି ତୋର ଠାନେ
ମୋର ମୌସୁମୀ ସଜେ ହେଇ ଆସବୁ
ତୁଇ ଗୋ ମୋର ଠାନେ ।
ଆ ମୌସୁମୀ ଆ ଜଲଦି ଆ
ତୁଇ ମୋର ପ୍ରେମୀ ଭଳିଆ ।।୨।।
ସାରା ପରିବେଶ ଖୁଜୁଛେ ଆଜି ଗୋ
ମୌସୁମୀର ଆସବାର ବାଟକେ
ନୂଆ ସଜେ ହେବା ସାରା ଇ ଦୁନିଆଁ
ପାଇ କିନା ତାର ପ୍ରେମ ରସ କେ ।
ଆ ମୌସୁମୀ ଆ ତୁଇ ଆ
ତୁଇ ଆମର ଦୁଃଖ ଭୁଲିଆ ।।୩।।
ଘର ଦୁଆର ସବୁ ପଶୁ ପକ୍ଷୀ ଆରୁ
କ୍ଷେତ ଖଲା ଯାହା ଅଛେ
ନାଏଦ, କ୍ଷେତ ଖଲା ଯାହା ଅଛେ ସବୁ
ତତେ ଖାଲି ନୁରୁ ଅଛେ ।
ତୁଇ ଆ, ଆ ଗୋ ମୌସୁମୀ ଆ
ତୋର ଧରା ଧାମେ ଆସି
ଥରେ ଦେଖା ଦେଇ ଯା ।।୪।।
କାହାର ପିଆର୍ ତୁଇ କାହାର ଜୀବନ ଆଉ
କାହାର ଆଉ ଦୁନିଆଁ
ଛୁଆ ଠାନୁ ବଡେ ଗଛ ଠାନୁ ଚାଷୀ
ସବକର ତୁଇ ସାହାରା ।
ମୌସୁମୀ ଗୋ ତୁଇ ଆ ଜଲଦି ଆ
ତୁଇ ଆମର ଦୁଃଖ ଭୁଲିଆ ।।୫।।

