Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

Sriman Bapu

Drama Romance Others


3.9  

Sriman Bapu

Drama Romance Others


ଚିଠିଟିଏ

ଚିଠିଟିଏ

1 min 11.9K 1 min 11.9K


ଚିଠି ଗୋଟିଏ 

କେତେ ରକ୍ତ ନିଗାଡ଼ି ଲେଖିଥିଲା 

ବାରମ୍ବାର ପଢ଼ି ଦେଖିଲା 

ଭଲ ଲାଗିଲାନି , ଜମୁନଥିଲା

ଧେତ୍ ! ମୋ ଦେଇ ଚିଠିପିଠି

ଲେଖାଲେଖି ହେବନି ଜମା ।

 

ଟିକି ଟିକି କରି ଚିରିଦେଲା 

ହେଲେ ଫୋପାଡ଼ି ପାରିଲାନି

ଠୁଳକରି ଦେଖିଲା କିଛି କ୍ଷଣ ,

ଫଟା ଅକ୍ଷର ଗୁଡ଼ିକ 

ଜଳ ଜଳ ହୋଇ ଚାହିଁଥିଲେ

କରୁଣଭରା ଆଖିରେ !

ଆଉ ମାଗୁଥିଲେ ,

ନିଜ ନ୍ୟାର୍ଯ୍ୟ ଅଧିକାର ! 


ସେ ସେଇଆକୁ ପ୍ଯାକ୍ କରି 

ଉପରେ 'open with smile' ଲେଖି 

ତା' ପାଖକୁ ପଠାଇ ଦେଲା ।


Rate this content
Log in

More oriya poem from Sriman Bapu

Similar oriya poem from Drama