STORYMIRROR

Prabhati Debnath

Drama

3  

Prabhati Debnath

Drama

ବିଦାୟୀ ବର୍ଷ

ବିଦାୟୀ ବର୍ଷ

1 min
332


ଆଖିର ଲୁହରେ ହୃଦୟ କୋହରେ

ବିଦାୟ ଦେଉଛୁ ଆଜି

ବରଷକ ପାଇଁ ଆସିଥିଲ ଯେବେ

ଅଛୁ ମନେ ମନେ ହେଜି ।।

ଦୁଃଖ ସୁଖ ମଧ୍ୟେ ସମୟ ବିତିଲା

ଲାଭ କ୍ଷତି କିଛି ନାହିଁ

ତଥାପି ବର୍ଷଟି ଶିଖାଇ ଦେଇଛ

ଆଗକୁ ବଢ଼ିବା ପାଇଁ ।।

ସମୟ ସୁଅରେ ଦିନ ଗଣି ଗଣି

ସରିଗଲା ତୁମ କାଳ

କ୍ଷମତାକୁ ନେଇ ନୂତନ ଆସିବ

ରଚିବେ ତାଙ୍କର ଖେଳ ।।

ଚାଲି ଯାଉ ଅଛ ଗୋଟେ ବର୍ଷ ପରେ

ଆଉତ ଫେରିବ ନାହିଁ

କହି ଯାଅ ଥରେ ନୂତନ ବର୍ଷକୁ

ଦୁଃଖ ଯମା ଦେବ ନାହିଁ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama