STORYMIRROR

subrat kumar jena

Drama

3  

subrat kumar jena

Drama

ବାକିରହିଗଲା ଅନେକ କଥା

ବାକିରହିଗଲା ଅନେକ କଥା

1 min
25


ସରଳ ପଣରେ ବିଶ୍ୱାସ କରିନେଲି,

ତୁମେ ଯାହା କହିଲ...........

ସବୁ ମାନିନେଲି ଅବାଧ୍ୟପରି,

ଆପତ୍ତି ପୁଣି କାହା ପାଖରେ କାହା ନାଁରେ,

ସମସ୍ତେ ତ ମୋର ଅତି ନିଜର,

ଭାବିଥିଲି ଚାଲିବି ଅନେକ ବାଟ!

ନେଇଯିବି ଅନେକଙ୍କୁ ସେଇ ସୁ ପଥରେ,

ହେଲେ ମୁଁ କଣ ଜାଣିଥିଲି?

ଏଠି ବିଶ୍ୱାସର ଅନ୍ୟନାମ ପ୍ରତାରଣା ବୋଲି,

କିଏ କହେ ପ୍ରେମର ବିପରୀତ ପ୍ରତାରଣା,

ହେଲେ ମୁଁ ତ ଜାଣେ ବିଶ୍ୱାସ ର ଫଳ ହିଁ ପ୍ରତାରଣା,

ସବୁ ଦୁଃଖ କଷ୍ଟକୁ ଜାବୁଡି ଧରିବାର ପ୍ରୟାସ ହିଁ ଜୀବନ,

ହେଲେ ଆଶା ସବୁଜେବେ ଆଶଙ୍କାର ରୂପ ନିଏ,

ନିଜର ବୋଲି କାହାକୁ ଭାବିବି,

କଣ ଜିଏ ସର୍ବଦା ମୋ ଚାରିପାଖେ ଘୁରିବୁଲନ୍ତି,

ନାଁ ମୋର ସବୁକିଛିରେ ଜବରଦସ୍ତି ପଶି ଆସନ୍ତି,

ମାଗଣାରେ ଅକ୍ତିଆର କରନ୍ତି ,

ମୋତେ ଓ ମୋରକୁ ନେଇ ଟିପ୍ପଣୀ ଦେବାର ସତ୍ଵାଧିକାର,

କାଳକ୍ରମରେ ଚାଲିଗଲେ ଜୀବନ,

ବାକିରହିଯାଏ ଅନେକ କିଛି କରିବାକୁ ସତକର୍ମ,

ଭିଡ଼ ଜମିଆସେ ମୋ ପରେ ଦୁଃଖରେ ମୋଲାଗି,

ଛାପିବାକୁ ଲୋକଦେଖାଣିଆ ନିସ୍ୱାର୍ଥର ଇସ୍ତାହାର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama