STORYMIRROR

Swatishree Pandit

Drama Fantasy Inspirational

4  

Swatishree Pandit

Drama Fantasy Inspirational

ରଜ ମଉଜ

ରଜ ମଉଜ

1 min
262

ବରଷକୁ ଥରେ ଆସିଛି ରଜ

ଆଲୋ ମକର ହୋଇ ସଜ

କରିବୁନି ତୁ ଲାଜ

କରିବାକୁ ମଉଜ

ବରଷ କୁ ଥରେ ଆସି ଅଛି ରଜ ।


ବରଷାର ପହିଲି ଛିଟା

ନବ ଉନ୍ମାଦର ମନଟା

ବସୁମତି ମା ହୁଅନ୍ତି ରଜବତି

ଏଣୁ ଏହି ପର୍ବ ର ଉତ୍ପତ୍ତି

ବରଷ କୁ ଥରେ ଆସି ଅଛି ରଜ ।


ମଥା ରେ ଟିପି ଚନ୍ଦନ

ପାଟିରେ ଖିଲିପାନ

ଆଜି ଏ ଉଲ୍ଲାସର ଦିନ

ରଜ କୁ ଜଗିଥାଏ ମନ

ବରଷ କୁ ଥରେ ଆସି ଅଛି ରଜ


ରଜ ଗୀତର କୁହୁକ

ପୋଡପିଠା ର ମହକ

ପୁଚି ଖେଳରେ ନ କଟୁ ନାକ

ଓଡ଼ିଆଣୀ ର ରଖିବୁ ଟେକ

ବରଷ କୁ ଥରେ ଆସି ଅଛି ରଜ ।


ଆସିବୁ ମକର ଖୋଳିବା ଦୋଳି

ମନ ରେ ନ ରଖି ପୁରୁଣା କଳି

ଖାଇବା ନା ନା କୋଳି

ଜିତିବା ଆମେ ଖେଳି ଖେଳି

ବରଷ କୁ ଥରେ ଆସି ଅଛି ରଜ ।



Rate this content
Log in

Similar oriya poem from Drama