STORYMIRROR

Kabiratna Nutan Kumar Behera

Abstract Drama Action

4  

Kabiratna Nutan Kumar Behera

Abstract Drama Action

ଏ ଜୀବନ କରିଛି ମୁଁ ସମର୍ପଣ

ଏ ଜୀବନ କରିଛି ମୁଁ ସମର୍ପଣ

1 min
66

    

ତୁମ ପାଶେ ଏ ଜୀବନ କରିଛି ମୁଁ ସମର୍ପଣ

ଚରଣେ ତୁମର ଶରଣ ଦିଅ ହେ ଆର୍ତ୍ତତ୍ରାଣ,

ତୁମେ ସ୍ରଷ୍ଟା ସୃଷ୍ଟିର କାରଣ...

ସଚରାଚର ଏ ଜଗତର ତୁମେ ହିଁ ତ ପ୍ରାଣ

ଚେତନା ଭରି ମନେ ଆଣିଦିଅ ହେ ଜାଗରଣ।୦।

ଘୋର ବନେ ମୃଗୁଣୀର ଦେଖି ଦାରୁଣ କଷଣ

ଉଦ୍ଧାରିଲ ନିମିଷକେ କରୁଣା କରି ଅର୍ପଣ, 

ତୁମେ ଦ୍ରଷ୍ଟା ଦୃଶ୍ୟର ପ୍ରମାଣ...

ହେ ଇଚ୍ଛାମୟ ବଡ଼ଠାକୁର ଜୀବର ଜୀବନ 

ଇଚ୍ଛାରେ ତୁମର ହୋଇଥାଏ କାମନା ପୂରଣ।

ଜଗରାଜେ କୁମ୍ଭୀର ଯେ କରୁଥିଲା ଆକ୍ରମଣ

ଆରତେ ବିନୀତେ ଡାକିବାରୁ କଲ ହେ ଶ୍ରବଣ,

ଚକ୍ର ପେଶି ନାଶିଲ ତକ୍ଷଣ...

ଦୟାମୟ କୃପାସିନ୍ଧୁ ତୁମେ ହେ ରାଧାରମଣ

ତୁମ ବାହୁ ଛାୟା ତଳେ ସାଧନାର ତପୋବନ।

କୁରୁସଭା ସ୍ଥଳରେ ପାଞ୍ଚାଳୀର ବସ୍ତ୍ର ହରଣ

କରୁଥିଲା ଦୁରାଚାରୀ ଅବିବେକୀ ଦୁ଼ଃଶାସନ,

କାତରେ କଲାରୁ ନିବେଦନ...

କୋଟିବସ୍ତ୍ର ଦାନ କରି ଲଜ୍ୟାକଲ ନିବାରଣ

ତୁମେ ସତ୍ୟ ଶାନ୍ତି ରକ୍ଷକ ହେ ପତିତପାବନ।

ଯୁଗେ ଯୁଗେ ତୁମେ ପ୍ରଭୁ ଭକତର ଡ଼ାକ ଶୁଣ

ଯହିଁ ଥାଉ ଦୁଃଖୀଜନ କଲେ ତୁମକୁ ଜଣାଣ,

ତୁମେ ଦୀନବନ୍ଧୁ ଜନାର୍ଦ୍ଦନ...

ବିପଦେ ଆପଦେ ଦିଅ ଭକତଜନେ ଶରଣ

ତୁମ ପାଶେ ଏ ଜୀବନ କରିଛି ମୁଁ ସମର୍ପଣ।

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract