STORYMIRROR

Kabiratna Nutan Kumar Behera

Abstract Drama Inspirational

4  

Kabiratna Nutan Kumar Behera

Abstract Drama Inspirational

ବିଶ୍ଵାସେ ମିଳନ୍ତି ହରି

ବିଶ୍ଵାସେ ମିଳନ୍ତି ହରି

1 min
327

ବିଶ୍ଵାସେ ମିଳନ୍ତି ହରି 

           ତର୍କେ ବହୁ ଦୂର,

ଭାବକୁ ଭରସା କରି 

           ସାଧୁ ରହେ ସ୍ଥିର।


ସର୍ବମୟ କର୍ତ୍ତା ଯିଏ 

             ସଚରାଚରର,

ବିନ୍ଦୁରୁ ତ ସିନ୍ଧୁ ଯାଏ 

           ତାଙ୍କରି ସ୍ଵାକ୍ଷର।


ସୂର୍ଯ୍ୟଙ୍କର ରଶ୍ମି ପରି 

            ସବୁଠି ବିସ୍ତାର,

ତାଙ୍କଠାରେ ଅଛି ପୁରି 

            ଶକ୍ତିର ଭଣ୍ଡାର।


ସେ ଆକାର ନିରାକାର

           ସ୍ଥୂଳ ସୂକ୍ଷ୍ମ ରୂପେ,

ରହିଥାନ୍ତି ନିରନ୍ତର 

        ତେଜ ବିଶ୍ଵେ ବ୍ୟାପେ।


ତାଙ୍କୁ ନେଇ ଯେତେ ଯୁକ୍ତି

             ସବୁ ନିରର୍ଥକ,

ତାଙ୍କୁ କରୁଥିଲେ ଭକ୍ତି

            ଜୀବନ ସାର୍ଥକ।


ମହାକାଶେ କେନ୍ଦ୍ରବିନ୍ଦୁ

           ଖୋଜିବା ନିଷ୍ଫଳ,

ବୃଥା ତର୍କର ବିବାଦୁ

           ବର୍ତ୍ତିଲେ ମଙ୍ଗଳ।


ମନ୍ଥିଲେ ଗୋଳିଆ ଜଳ

            ହୁଏନା ନିର୍ମଳ,

ଲୟେ ଖୋଜି ଲକ୍ଷ୍ୟସ୍ଥଳ

          ଗଲେ ମିଳେ ଫଳ।


ନ ହୋଇଲେ ଅନ୍ତର୍ମୁଖୀ

            ଭାବନା ଅଯଥା,

ଅନ୍ତରେ ସ୍ଵରୂପ ଦେଖି

           ଶାନ୍ତ ହୁଏ ମଥା।


ହୋଇ ବାଲିର ରେଣୁ

           ପାହାଡ଼େ ଯୁଝିବା,

ଅବାନ୍ତର ତାହା ଯେଣୂ 

            ହୁଏନା ଜିତିବା ।


ବିଶ୍ଵାସ କରିଛି ଯିଏ

          ହରିଙ୍କୁ ପାଇଛି ସିଏ,

ତର୍କରେ ପାଇଛି କିଏ 

           ପ୍ରଶ୍ନ ଆସି ଥାଏ ।


ପରଂବ୍ରହ୍ମଙ୍କ ଦର୍ଶନ

            ହୁଏ ଅନୁଭବେ,

ସେ ହିଁ ସତ୍ୟ ଚିରନ୍ତନ

           ଏ ଅସାର ଭବେ।


ଚେତନା ହେଲେ ଜାଗ୍ରତ

           ଆସେନା ସନ୍ଦେହ,

ତାଙ୍କ ଗୁଣେ ହେଲେ ପ୍ରୀତ

         ଯାଏ ଲୋଭ ମୋହ।


ଶ୍ରୀହରି ଆଦି ଅନାଦି

            ଜୀବର ଜୀବନ,

ହେଲେ ତାଙ୍କ ପ୍ରତିବାଦୀ 

             ହୁଏ ଅବସାନ।


ଭକତ କରି ପ୍ରାର୍ଥନା

             କରଇ ଦର୍ଶନ,

ଘୁଞ୍ଚଇ ହୃଦୁ ବେଦନା

             ତୃପ୍ତ ହୁଏ ମନ।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract