STORYMIRROR

RAHAS KUMAR BEHERA

Drama Romance

3  

RAHAS KUMAR BEHERA

Drama Romance

ପାନ ପତରିଆ କନକ ଗୋରୀ

ପାନ ପତରିଆ କନକ ଗୋରୀ

1 min
288

ପାନ ପତରିଆ କନକ ଗୋରୀ 

ତତେ ଷୋହଳକୁ ମୋତେ ସତୁରି 

କେମିତି ଗଢିବା ଘର ,

ତୋ ଯୁବା ବେଳେ 

ମୋ ଯିବା ବେଳ 

ଦଦରା ନାଆରେ ଆହୁଲା ମାରିଲେ

ଆସୁଛି ଅଜଣା ଜର |

ହଳଦୀ ଗିନା ମୋ ନଡ଼ିଆ ତେଲ

ସାହି ମାଇପୀଙ୍କ ଚାଲିଛି ଗେହ୍ଲ 

ଗୋଖେଇ ସାହୁକୁ କୁହ ,

କଅଁଳ କଢି 

ଖଜୁରୀ ତାଡି 

ଶେଜ ସୁଙ୍ଗୁ ସୁଙ୍ଗୁ ନିଦ ଆସେ ବୋଲି 

ମାଇପ ଢାଳୁଛି ଲୁହ | 

ଅକଲ ମକଲ ଟକଲ ଟିଆଁ 

ଚାଆରି ଚକୁଳିରେ ଆଠ ଚିଆଁ

ଅନ୍ଧାର ରାତି 

ଛନକେ ଛାତି 

ବୁଢା କାଳେ ବାହା ହଇରାଣ ଖାଲି 

ମିଛେ ହୁଏ ଅଚାବୁହା |

ବାରି କାନିସିରି ସରୁ ପତର 

ଆଜି ସାବିତିରି ଆସିଛି ଭାର 

ଭୋଳା ଶଙ୍କର 

କଲେ ଜୁହାର 

ବୁଢା ହୋଇବକି ଯୁଆନ ଟୋକା ଯେ  

ହସିବ ସୁନା ସଂସାର !


Rate this content
Log in

Similar oriya poem from Drama