STORYMIRROR

RAHAS KUMAR BEHERA

Others Romance

3  

RAHAS KUMAR BEHERA

Others Romance

ସ୍ମୃତି ଏକ ରୂପା ଜହ୍ମ

ସ୍ମୃତି ଏକ ରୂପା ଜହ୍ମ

1 min
540


ମୋ ମନ ଗହନେ ଅନେକ ଯନ୍ତ୍ରଣା

ଭୁଲି ମୁଁ ପାରୁନି ପ୍ରିୟା

ସବୁ ସ୍ମୃତି ଆଜି ରୂପା ଜହଁ ପରି

ପ୍ରୀତିର ପଣତ ଛାୟା ।

ମନ ଆକାଶରେ ଶୀତଳ ପରଶ

ମେଘର ପାଟ ଓଢଣୀ

ଦୁଃଖର ପାହାଡ଼ ସବୁଜିମା ଡ଼ାଳେ

ଝୁରେ କପୋତଟେ ଜାଣି ।

ଆଶାର ଝରଣା ଭସେଇ ନେଇଛି

ସ୍ମୃତିର କାଗଜ ଡ଼ଙ୍ଗା

ଭଲ ପାଇବାଟା କାଳକୁଟ ବୋଲି

ପ୍ରେମ ତୋ ମହଙ୍ଗା ହେଲା ।

ତୋ ପାଇଁ ପାଗଳ ପାଳଭୂତ ସାଜି

ଚୋରିହେଲା ଧୀରେ ମନ

କଥା ଦେଇ କଥା ପ୍ରତାରଣା ଭରା

ବାଲିଘର ଠାରୁ ହୀନ।

ତୋ ସ୍ମୃତି ପାଶୋରି ପାରୁନାହିଁ ଆଜି

ଅନେକ ଯନ୍ତ୍ରଣା ଦିଏ

ମଲା ଜହ୍ନ ପରି ତୋ ଭଲପାଇବା

ଭଙ୍ଗା ଆଇନା ବି କହେ ।

କଥା ଦେଇଥିଲ ସାତ ଜନମକୁ

ଘଡ଼ିଏ ଚାହିଁଲ ନାହିଁ

ମୋ ଭଲ ପାଇବା ଖେଳନାକି ଥିଲା

ଫିଙ୍ଗିଦେଲ ଖେଳି ଦେଇ।

ଘନ ଅନ୍ଧକାର ମାଡି ଆସିଲାଣି

ଜୀବନ ନାଟକ ଶେଷେ

ବିଫଳ ଆତ୍ମାର କରୁଣ କାହାଣୀ

ଲେଖୁଛି ଭଙ୍ଗା ହୃଦୟେ ।

ନୀଳ ପାରାବାର ବେଳାର ବୁକୁରେ

ଗାଇବା ମିଳନ ଗୀତି

ଉତ୍ତୁଙ୍ଗ ଲହରୀ ହାତ ଠାରି ଡାକେ

ଆ'ଫେରି ଥରେ ସାଥି ।


ବାଲ୍ୟମ୍ବା,ଢେଙ୍କାନାଳ

ଦୂରଭାଷ:୯୪୩୮୧୧୪୩୬୮









ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍