ଦଶହରା ଏକ ଆହ୍ବାନ
ଦଶହରା ଏକ ଆହ୍ବାନ
ଏଇ ଦେଖ ମା' ମହିଷାସୁର
କେମିତି ହସୁଛି
ମନରେ, ଧନରେ , ଅବିବେକୀ ପାପୀର ଜୀବନ ଯୌବନରେ ।
ତୁ ଆସୁଛୁ ମା ' ପ୍ରତିବର୍ଷ ଧରି ଖଣ୍ଡା ଖର୍ପର ସିଂହ ପୃଷ୍ଠେ ହୋଇଣ ସବାର
ବଧିଣ ମହିଷାସୁର ହେଲେ
ଦଶହରା ବାସି କାହିଁ ହୁଏ ନାରୀ ନିର୍ଯାତନା , ନାରୀର ଲାଗେ ଅସାର।
ଦେଖ କେମିତି କାନ୍ଦୁଛି ସେ କୁନି ଝିଅ ଯାହାର ଚିରିଯାଇଛି କିଛି ଅଘଟଣ ପରେ ପୋଷାକ,
ଦେଖ କେମିତି ସେ ଅଭାଗୀ ନାରୀଟି କାନ୍ଦୁଛି ବାହୁନି ଯେବେ ହେଲା ବଳତ୍କାର ।
ଦେଖ କେମିତି କାନ୍ଦୁଛି ଅଶୀ ବର୍ଷର ବୁଢ଼ୀ ମା' ଖାଇବାକୁ ଦେଉନି ପୁଅ ତା'ର ଖୁଆଉଛି ବିଧା ଗୋଇଠା ଯନ୍ତ୍ରଣା ଜହର ।
ଦେଖ ମା' ମୋ ଝିଅ ଆଉ ମଙ୍ଗୁନି ଯିବ ବିଦ୍ୟାଳୟ
ବାଟରେ ଜଗି ବସୁଛି ଯେଣୁ ମନ୍ତ୍ରୀ ପୁଅ ଚରିତ୍ରହୀନ ନାଗର ।
କାଲି ଯୌତୁକ ରାକ୍ଷସ କବଳରେ ଆତ୍ମା ହତ୍ୟା କରିଛି କାହା ଭଉଣୀ
ଗରିବ ଘରର କନ୍ୟା
ବାପା ମାଙ୍କ ଆଖିରୁ ଝରି ଆସେ ଲୁହର ବନ୍ୟା ।
ଯେତେ କହିଲେ କମ ହେବ ମା' କନ୍ୟା ଭୃଣ ହତ୍ୟା , ନାହିଁ ଆବାହାନ ଘରକୁ ଆଉ ଦୁହିତା
ଲାଗୁଚି ସଭିଙ୍କୁ ଏବେ ସିଏ ପିତା ,
ମିଳୁଛି ଶବ ଦଷ୍ଟବିନରୁ ଦେଖେ ଲାଗିଛି
ନାହି ନାଡ଼ ଫିତା ।
କେବେ ମରିବ କହ ମା' ସେ ମହିଷାସୁର
ଯିଏ ହୋଇଛି ଆମ ମନ ,ଆତ୍ମା ,ବିବେକରେ ସବାର ,
ତେଣୁ କରେ ଆବାହନେ ପୂଜା ଆଉ ଡେରିକାହିଁ ଅଦୃଶ୍ୟ ସେ ଅସୁରକୁ କର ହତ୍ୟା।
ଜୟ ମା' ଦୁର୍ଗା !
ଜୟ ମା' ଦୁର୍ଗା !
