ପ୍ରେମ
ପ୍ରେମ
1 min
394
କେମିତି ତା ରୂପରେଖ କେମିତି ତା ଭାବ
ସେତ ଅଦ୍ଭୁତ ଅଦେଖା ଶୂନ୍ୟତାର
ଐଶ୍ୱରୀକ ସୁଖ ,
ସେ ଅମୁଲ ନାହିଁ ତା' ତୁଳନା
ପ୍ରେମର ପରିଭାଷା
ହୃଦୟକୁ ଖୋଲିଦେଲେ
ଖାଲି ପ୍ରତାରଣା ନୁହେଁ ଅନେକ ଯାତନା ।
କେମିତି ତା ଉପସ୍ଥିତି କେମିତି ତା କଥା
ସେତ ମିଠା ମିଠା ଅନୁଭୂତି ଜୀବନର
ଅଲୌକିକ ବ୍ୟଥା,
ସେ ବାସ୍ତବ ନୁହେଁ ପ୍ରବଞ୍ଚନା
ପ୍ରେମର ପରିଭାଷା
ଅତୀତକୁ ଜାଲିଦେଲେ
ଖାଲି ମରୀଚିକା ନୁହେଁ ଅନେକ ଯନ୍ତ୍ରଣା ।
କେମିତିକା ଦୁନିଆ ସେ କେମିତି ସୁନ୍ଦର
ସେତ ଅଢେଇ ଅକ୍ଷର ଭାବନାର
ନୈସର୍ଗିକ ସ୍ୱର ,
ସେ ଆମାୟିକ ପ୍ରୀତିର କଳ୍ପନା
ପ୍ରେମର ପରିଭାଷା
ସମ୍ପର୍କକୁ ଭାଙ୍ଗିଦେଲେ
ଖାଲି ସ୍ଥାଣୁତା ନୁହେଁ ଅନେକ ଲାଞ୍ଛନା ।
ବାଲ୍ୟମ୍ବା, ଢେଙ୍କାନାଳ
ଦୂରଭାଷା:୯୪୩୮୧୧୪୩୬୮
