କାକର
କାକର
ହୃଦୟର ପ୍ରାଣ ପ୍ରିୟା
ହସି ହସାଇ ମୋତି ଝରିପଡ଼େ
ଲାଗେ ମିଠା ,ଭିଜି ଗଲାଣି ମୋ ଅବୟବ
କାକର ବିନ୍ଦିରେ ପରା ,
ଥରିଯାଏ ଆଖିର ଭୁର୍ଲତା
ଲାଜେ ଛୁଇଁବାକୁ ଓଠ
ଲାଗେ ତେଣୁ ମୋ ଚାରିପାଖ ପୃଥିବୀଟା
ଖାସ ତୁମପାଇଁ ନିଆରା ନିଆରା |
ଗଭାରେ ସାଉଁଳେ ହଜାରେ
ଗଙ୍ଗଶିଉଳିର ଭାର
ଦେହତ ଯାଉଛି ଜଳି ଲଗାନି ଆଉ ବଞ୍ଚିବାକୁ
ବାହ୍ୟ କାକରୁ ନିଶୀଥେ ଏ ଧୁନି ,
ପାଖକୁ ଆସ ଆହୁରି ନିରୀକ୍ଷି ଦୂରତା ନମାପି
ଭାସୁଛି କୁହୁଡିରରେ ସମ୍ପର୍କ ଆମ
ଖାଲି ସୁନ୍ଦର ସ୍ୱପ୍ନିଳ ଏମନେ
ଶୋଭା ଦିଶୁନି ମୁଖର ଆଭା
ବୟସର ସ୍ଵଛ ଆଇନାରେ
କେମିତି ଆଙ୍କିବି ପ୍ରତି ଅଙ୍ଗେ ଅଙ୍ଗେ
ଘନ ପ୍ରତୀକ୍ଷାର ଅମୃତ ଚୁମ୍ବନ |
ଏଠି ସମୟ ଛୋଟ
ସ୍ଵପ୍ନମାନେ କାହାଣୀ ହୋଇ
ରାତିରେ ହଜନ୍ତି ଅନେକ ,
ଲମ୍ବା ପଣତ କାନି ଆକାଶର
ଭାରି ଭଲ ଲାଗେବୋଲି
ଦେଖିବାକୁ ସ୍ଵପ୍ନ ଆଙ୍କିବାକୁ ନୂଆ ଭାବନାର
ଗୋଟେ ଉଷୁମ ସଉକ ,
ତୁମ ସହ ସ୍ମୃତି ବାଣ୍ଟୁ ବାଣ୍ଟୁ ସ୍ୱାଗତ କରିବାକୁ
ଗୋଟେ ନୂତନ ଅତିଥି ପାଇଁ
ହେଇ ଦେଖ ଇଶାରା ଦେଲାଣି
ଆମକୁ ଭଲପାଉଥିବା ପ୍ରିୟ ଫୁଲେଇ ବସନ୍ତ |
