STORYMIRROR

RAHAS KUMAR BEHERA

Tragedy

2  

RAHAS KUMAR BEHERA

Tragedy

ଶେଷ ଯନ୍ତ୍ରଣା

ଶେଷ ଯନ୍ତ୍ରଣା

1 min
14.4K


ଯନ୍ତ୍ରଣାର ଅବସାନ ,

ଶୋଇ ପଡିଛି ଗୋଟେ ଅଭାବି ଭୋକିଲା ହୃଦୟ

ମରୁ ବାଲିରେ ଶୋଷ ଖୋଜୁଥିବା ଚାତକ

କଵଳିତ ଇଗଲର ଟାଣୁଆ ଡେଣାରେ

ଲାଲିମାଭରା ଦୂରର ଅସ୍ତଗାମୀ ସୂର୍ଯ୍ୟ

ଯେମିତି ହତବାକ, ବାକଶୁନ୍ୟ କୋଳାହଳ

ସତେକି ନିସ୍ତେଜ ,

ସେ ଶୋଇପଡିଛି ଗାଢ଼ ନିଦରେ ଆଉ ଉଠିଵନି

ସେମିତି ଶୋଇଥାଉ କେହି ଉଠାଅନି ଆଉ......।


ପେଟର ଭୋକ ଅଭାବି ଈଜ୍ଜତ

ବାର ବାର ନିଲାମହେଲା ପରେ

ତା' ପାଖରେ ଆଉ ଥାଏ କଣ ,

ନଥିଲାଵାଲା ଥିଲାଵାଲାର ସ୍ୱପ୍ନ

ଯେମିତି କାଲମାର୍କସଙ୍କ ସାମ୍ୟବାଦୀ ନୀତି

କଳୁଷିତ, ବିଷାକ୍ତ ସମୟର ନାଗ ଦଂଶନରେ ,

କିଏ ଦେବ ଫେରେଇ

ଗରିବ ପାଇଁ ନିଜ ଉଦ୍ବୃତ ସମ୍ପତ୍ତି ,

ଯାହା ଦିନେ କହିଥିଲେ ଆମ ପ୍ରିୟ ବାପୁଜି ।


ପ୍ରତି ମୁହୂର୍ତ୍ତରେ ନିଜକୁ

ହତ୍ୟା କରୁଥିବା ଅଭାବି କଙ୍କାଳର ନିସର୍ଗ ଦେହ

ଯେମିତି ପରିବର୍ତ୍ତନ ଦୁନିଆରେ

ନିହାତି ଗୋଟେ ବ୍ୟତିକ୍ରମ ,

ସହି ପାରିଲାନି ଯଠାଗ୍ନିର ଦହନ

ତା'ର ତାଡନାର ଗରିବପଣିଆର

ଲାଲି ଆଖିରେ ଅହରହ ଧର୍ଷିତାହେଲା ପରେ

କେତେ ସହିବ ଅନ୍ତର ଆତ୍ମା ।


ସୂର୍ଯ୍ୟ ଲୁଚିଗଲେଣି ମା' ର କୋଳରେ

ଆଉ କେତେ ଅପେକ୍ଷା କରିବ

ମିଞ୍ଜି ମିଞ୍ଜି ଜହ୍ନ ଆଲୁଆକୁ

ଉଠିଵ ବାସିମରା କୋକେଇ

ଡେରି କରନି ସେ ଉଠିଵନି ଆଉ.।


ରାହାସ କୁମାର ବେହେରା

ଵାଲ୍ୟମ୍ବା , ଭାପୁର

ଢେ଼ଙ୍କାନାଳ -୭୫୯୦୧୫

ଦୂରଭାଷା :୯୭୭୬୮୯୩୩୪୮


Rate this content
Log in

Similar oriya poem from Tragedy