ଯେବେ ଆଈକୁ ଚାଳିଶ ହେଲା
ଯେବେ ଆଈକୁ ଚାଳିଶ ହେଲା
ଯେବେ ଆଈକୁ ଚାଳିଶ ହେଲା
ପାଖ ଜିନିଷ ଦେଖା ନଗଲା
କହେ ଅଜାକୁ ଯାଇ ,
ଅଜା ଆଣିଲେ ଚଷମା କିଣି
ଡାକ୍ତରଖାନା ଧାଇଁ ।
ଚଷମା ପିନ୍ଧି ସୁନ୍ଦରୀ ଆଈ
ଆଇନା ଦେଖି ମାରୁଛି ହାଇ
କହୁଛି ମନେ ମନେ ,
ଦିଶୁଛି ରୂପେ ନିଆରା ଯେଣୁ
ହସନ୍ତି ପାଖ ଜନେ।
ଆଈ ଅଜା ମୋବାଇଲ ଆଣି
ଉଠାନ୍ତି ଫଟ ପାଖକୁ ଟାଣି
ଛାଡେ ଷ୍ଟାଟସ୍ କେତେ ,
ଆସେ ଲାଇକ କମେଣ୍ଟ ହଜାର
ଲାଗେ ଆନନ୍ଦ ମୋତେ ।
ଆଈ ଭାବନ୍ତି ଡାକରା ମିଳେ
ଟିଭିରେ ମିଶି ନାଚିବେ କାଳେ
ଅଜା ହୁଅନ୍ତି ଟେରା ,
ନାତି ନାତୁଣୀ କରନ୍ତି ମେଳି
ଆଈ ଯେ ଗୋଟା ହୀରା ।
ଦେଖି ଆଈଙ୍କ ଏମିତି ଗତି
ଅଜା ହସିଣ କହି ଦିଅନ୍ତି
କାହିଁ ଏମିତି ହୁଅ ,
ପଢ଼ିବା ପାଇଁ ଚଷମା ଲୋଡା
ଷ୍ଟାଇଲ ପାଇଁ ନୁହଁ ।
