STORYMIRROR

RAHAS KUMAR BEHERA

Others

2  

RAHAS KUMAR BEHERA

Others

ସକାଳ

ସକାଳ

1 min
14.3K


କାଉ କାଆ କାଆ କଲା
ରାତି ପାଇ ଯେବେ ସକାଳ ହେଲା
ଫୁଲ ଫୁଟି ମହକିଲା
ମୋ ପ୍ରିୟା ମାନସୀ ଉପହାରନେଇ
ଶୁଭ ବାରତାଯେ ଦେଲା।
କୁକୁଟଯେ ରାବିଦେଲା
ନୂଆ ସୂର୍ଯ୍ୟ ଯେବେ ଉଇଁ ଆସିଲା
ଝରାଫୁଲ ଝରିଗଲା
ମୋ ପ୍ରିୟା ମାନସୀ ନୁପୁରର ସୁରେ
ମନ ମୋର ଚୋରୀହେଲା ।
ଗୋଲାପ ଫୁଟି ବାସିଲା
ଜଳ ବିନ୍ଦି ଯେବେ ଭିଜେଇଦେଲା
ମୁକୁତା ହୋଇ ଦିଶିଲା
ମୋ ପ୍ରିୟା ମାନସୀ ସେଇ ମୁକୁତାରେ
ମୁହଁ ତା'ର ଦେଖୁଥିଲା ।
ମନ୍ଦିରେ ଘଣ୍ଟି ବାଜିଲା
ଦେବାଳୟେ ଯେବେ ଗହଳିହେଲା
ଓଁ କାର ଗୁଞ୍ଜରିଲା
ମୋ ପ୍ରିୟା ମାନସୀ ଫୁଲ ଚାନ୍ଦୁଡିରେ
ବିଭୁ ଆଶିଷ ଝରିଲା ।
ବହିଲା ଶିତଳ ବାଆ
ହସ ଖୁସି ଯେବେ ଦ୍ୱିଗୁଣ ହେଲା
ଚା' ପିଆ ସରିଗଲା
ମୋ ପ୍ରିୟା ମାନସୀ ଅଳସୀ ଲାଜରେ
ମନ ମୋର ଝୁମିଗଲା ।

ରାହାସ କୁମାର ବେହେରା
ଵାଲ୍ୟମ୍ବା , ଭାପୁର , ଢେ଼ଙ୍କାନାଳ- ୭୫୯୦୧୫
ଦୂରଭାଷ :୯୭୭୬୮୯୩୩୪୮




























ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍