Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ବି. ନିରୁପମା

Drama

4.9  

ବି. ନିରୁପମା

Drama

ସଭିଏଁ ହୋଇଲେ ଖୁସି

ସଭିଏଁ ହୋଇଲେ ଖୁସି

1 min
367



ଝିଅ ଦେଖା ପରେ ଭାଇ ବାହାଘର

ହେଲା ଜାକଜମକରେ ,

ଘରକୁ ଆସିଲା ନୂଆବୋହୂ ହୋଇ

ଭାଉଜରାଣୀ ତା' ପରେ ।


ବନ୍ଧୁବାନ୍ଧବ ଓ ପଡ଼ୋଶୀ ଯେତେକ

ସଭିଏଁ ହୋଇଲେ ଖୁସି ,

ଭୋଜି ଖାଇ କେତେ ଆଶୀର୍ବାଦ ଦେଲେ 

ନବଦମ୍ପତିଙ୍କୁ ମିଶି ।


ଯିଏ ଯା' ବାଟରେ ଚାଲିଗଲେ ପୁଣି

ସଲାପରେ ବାହାଘର ,

ନୂଆଭାଉଜକୁ ଘରକାମ ଯାହା

ଶିଖାଇଲା ମାଆ ମୋର ।


ବୋହୂ ବି ଖୁସିରେ ରୋଷେଇ ଶିଖିଲା

ଶାଶୁଙ୍କ ସାଙ୍ଗରେ ମିଶି ,

ଭାଇ ସରକାରୀ କର୍ମଚାରୀ ଦୂରେ

ପାଶେ ଦେଲୁ ବୋହୂ ପେଶି ।


ଏଇଭଳି ଭାବେ ଗଲା ଦୁଇବର୍ଷ

ସୁରୁଖୁରୁରେ ଯେ ଚଳି ,

ଘରକୁ ଆସିବ ନୂଆ ଅତିଥିଟେ

ସେ ଖବର ଗଲା ମିଳି ।


ସେଇ ସମୟ ବି ପାଖେଇ ଆସିଲା

ଘରେ କୁହାବୋଲା ହୋଇ ,

ଭାଉଜଙ୍କୁ ମୋର ଡାକତରଖାନା

ବାପା,ଭାଇ ଗଲେ ନେଇ ।


କିଛି ବେଳ ପରେ ସେଠାବରୁ ମୋତେ

ଫୋଅନ କରିଲେ ବାପା ,

"ଭାଇ ଭାଉଜଙ୍କ ପୁଅଟେ ହୋଇଛି

ଶୁଉଣୁ ତା' କୁଆଁ ଡକା ।"


ସାନ ଭାଇ ଶୁଣି ଖୁସିରେ କହିଲା-

"ଅନେକ ବରଷ ପରେ ,

ଘରକୁ ଆସୁଛି କୁନି ଛୁଆଟିଏ

ଦେଖିବାକୁ ମନ ଝୁରେ ।"


ମୁଁ ବି ଖୁସିରେ ଦୁଇହାତ ଯୋଡ଼ି

ନେଲି ଠାକୁରଙ୍କ ନାମ ,

ଜଣାଇଲି ତାଙ୍କୁ ଧନ୍ୟବାଦ ଯେଣୁ

ସୁସ୍ଥ ଥିଲେ ଲୋକ ଆମ ।


ଆଖିରୁ ଦି'ଧାର ଲୁହ ବୋହିଗଲା

ଅତି ଆନନ୍ଦରେ ମୋର ,

କଅଣ ପୁଅର ନାଆଁଟି ରଖିବି

ହେଲି ତହୁଁ ତତପର ।



Rate this content
Log in