STORYMIRROR

Sangram Moharana

Drama Romance Classics

3  

Sangram Moharana

Drama Romance Classics

ନିଦ

ନିଦ

1 min
62

ତା ସହ ମୋର ସଂପର୍କ ଟିକେ ଅଲଗା ଥାଏ

ଯେତେବେଳେ ଯେଉଁ ମୁହୂର୍ତ୍ତ ରେ ଡାକିଲେ 

ସେ ଆସି ମାଡି ହୋଇପଡେ ମୋ ଦେହରେ

 ମୋ ଅଷ୍ଟାଙ୍ଗ ଶରୀର ଉପରେ କବଜା କରି ନିଏ

ମୁଁ ହଜିଯାଏ ତା ସାନିଧ୍ୟ ରେ

ନିଶାସକ୍ତ ଅବସ୍ଥା ରେ

କେ ଜାଣି କାହିଁକି ସେ ଗଲା ପରେ ଭାରି ମନେ ପଡେ

ମୁଁ ଖୋଜି ବସେ 

 ତାରି ବାଟ ଦେଇ 

ହେଲେ ପୁଣି ଆସିବ କଥା ଦେଇ ଚାଲି ଯାଏ

ଗଲା ପରେ ଛାଡିଯାଏ ଅପରୁପ ଆନନ୍ଦ ର ସାଇତା ମୁକ୍ତା

ହାଲ୍କା କରିଦେଇ ଯାଏ ଅନେକ କଷ୍ଟ ଆଉ ବ୍ୟଥା

ଯାହା ବିନା ସ୍ୱପ୍ନ କେବେ ଦେଖାଯାଇ ପାରେନା

ଘଡିଏ ଆସି ପୁଣି ଚାଲି ଯାଏ

ହେଲେ ଖୋଜିଲେ ମିଳେନା

ହଁ ସେ ମୋର ଅତିପ୍ରିୟ ର ନିଦ ମଇନା ... 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama