STORYMIRROR

Sangram Moharana

Inspirational

3  

Sangram Moharana

Inspirational

ଦୀପାବଳୀ ଓ ଜଗନ୍ନାଥ

ଦୀପାବଳୀ ଓ ଜଗନ୍ନାଥ

1 min
383

ଉଗ୍ରତାରା ଶୂଳପାଣିଃ ସୁଭଦ୍ରା ଭୁବନେଶ୍ୱରୀ

ନୀଳାଦ୍ରୌ ତୁ ଜଗନ୍ନାଥଃ ସାକ୍ଷାତ ଦକ୍ଷିଣକାଳିକାଃ


ଭାବିଛି ଲେଖିବି ଯାହା ମୁଁ ଜାଣିଛି

  ଏଇ କ୍ଷୁଦ୍ର ମୋର ମନେ 

କିଛି କିଛି ନୁଆ ପୁରୁଣ କାହାଣୀ

  କବିତାରେ ପଢ ଜନେ ।।


ଶୀରିକ୍ଷେତ୍ର ମୋର ଶାକ୍ତ କ୍ଷେତ୍ର ବୋଲି

  ହୁଏ ପୁଣି ମନବୋଧ 

ଶ୍ରୀ ପୁରୁଷୋତ୍ତମ ଆରାଧନା ଦେଖି

  ପ୍ରଭୁଙ୍କର ମନ ମୁଗ୍ଧ ।। 


ତିନି ଦିଅଁ ମୋର ଆସିବା ଆଗରୁ

  ଥିଲା ତାଙ୍କ ଉପସ୍ଥିତି 

ରୂପରେ ନାମରେ ଲୁଚି ରହିଥିଲେ

  କହେ ପୁଣି କିମ୍ବଦନ୍ତି ।।


ଜଗତନାଥଙ୍କୁ ପୂଜିଥିଲେ ଜଣେ

  ନାମରେ ଶଙ୍କରାଚାର୍ଯ୍ୟ 

ଶିବ ଭାବି ପୁଣି ତପସ୍ୟା କରିଲେ

  ହେଲେ ପ୍ରଭୁ ଯେ ଆଶ୍ଚର୍ଯ୍ୟ ।। 


ଥିଲା ସେଠି ପୁଣି ରତ୍ନ ସିଂହାସନ

 ବିଜେ ଥିଲେ ମାଆ ତାରା 

ଭୁବନେଶ୍ୱରୀ ଆଉ କାଳୀ ରୂପରେ

  ଆରାଧନା ପୀଠ ପରା ।।


ବଳଭଦ୍ର ପୁଣି ଉଗ୍ରତାରା ରୂପେ

 ସୁଭଦ୍ରା ଭୁବନେଶ୍ୱରୀ  

ଜଗନ୍ନାଥ ମୋର ଦକ୍ଷିଣକାଳିକା

 ମତ ଥିଲା ତାଙ୍କ ଭରି ।।


ଆଜି ପୁଣି ସେଇ ତାଙ୍କରି ଦିନରେ

  ଆଶୀର୍ବାଦ କରେ ଭିକ୍ଷା 

ତାଙ୍କ ପାଦ ତଳେ କବିତା ରଖି ମୁଁ

  ସମର୍ପଣ ଦିଏ ଲେଖା ।।


ମନର ଲୁହକୁ ଦୀପରେ ସଜେଇ

  କରିଛି ତାଙ୍କୁ ଅର୍ପଣ 

ସମାଜ ଆଖିରେ ଅଗ୍ନି ପ୍ରତିକ୍ରିୟା

  ତାଙ୍କ ପାଇଁ ସମର୍ପଣ ।।


ଜଳୁଛି ସଳିତା ନିଜ ଦେହ ଜାଳି

  କରୁଛି ଅନ୍ଧାର ଦୂର 

 ତେଲ ଭରି ଦେଇ ସଭିଏଁ କୁହନ୍ତି

  ଦୀପକୁ ଜୁହାର କର ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational