Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sangram Moharana

Drama Action Others

4  

Sangram Moharana

Drama Action Others

ବେରଙ୍ଗୀ ବାଦଲ

ବେରଙ୍ଗୀ ବାଦଲ

1 min
386


ଆଦିଗନ୍ତ ବ୍ୟାପ୍ତ ଏ ଆକାଶରେ

ପୁଣି ଘୋଟିଲାଣି କଳା ବଉଦ,

ସତରେ କଣ ସେ କଳା !

ନା ତମାମ ଦିନ ଆଲୋକରେ

ମାଗି ଆଣି ବୋଳି ହେଇଥିବା ରଙ୍ଗରେ ସେ ଧଳା..?


ମେଘାଛନ୍ନ ଅନ୍ଧାର ର ବେଳ,

ସରି ଆସିଲାଣି 

ଖରା ,ତାତି,ଧୂଳି,ମାଟି ର

ଲୁଚକାଳୀ ଆଉ ବୋହୂଚୋରୀ ଖେଳ,

ଭୟର ଆଶଙ୍କାରେ ବଢିଲାଣି ବେଗ

ତେଣୁ ହେ ସମୟ,

ତୁ ଯା,ଯା ପଳା..

ଆତ୍ମଗୋପନେ ଏବେ ନିଜକୁ ସମ୍ଭାଳ ...|


ଏକାକୀ ନୀରବ,ଅସ୍ଥିର ମନ

ଯଦି ହୁଏ ଶୂନ୍ୟ ମସ୍ତିଷ୍କ,

 ତେବେ ବିସ୍ତୀର୍ଣ୍ଣ ଆକାଶରେ

ବାଦଲ ବି ଚଳ ଚଞ୍ଚଳ,

ଯଦି ସଜ୍ଞା ନିରୂପଣ ଠିକ୍ ଥାଏ

ତେବେ ସେ ବି କଣ

ପାଗଳାମିର କାରଣ ନା,

ପାଗଳର ଏକ ଉଦାହରଣ..|


ଆଞ୍ଜୁଳାଏ ପାଣିରେ ନିଦ ଭାଙ୍ଗେ,

ଆଖି ଖୋଲେ, 

ସକାଳ ହୁଏ,

ମୁନ୍ଦାଏ ପାଣିରେ ତୃଷ୍ଣା ମେଣ୍ଟେ

ଆଉ ବୁନ୍ଦାଏ ର ଇଶ୍ୱର ସନ୍ତୁଷ୍ଚ

ତଥାପି ଆକାଶର ଗର୍ଜ୍ଜନରେ 

ବାଦଲ ନିଜର ରକ୍ତ ଢାଳେ

ହୋଲି ଖେଳେ ...|


ଏବେ କୁହତ ,

ସତରେ କଣ ସେ ପାଗଳ !

ନା ,ନିଜର ଜଳିବା ଭୟରେ

କେହି ଜଣେ ତାକୁ ଜାଳେ....|

ଆଉ ସେ ବାହୁ ମେଲି ଜଳିଯାଏ

ବିଜୁଳିର ଚମକ ନିଆଁରେ...|



Rate this content
Log in

Similar oriya poem from Drama