STORYMIRROR

Sangram Moharana

Others

3  

Sangram Moharana

Others

ପାଲଟା ରାସ୍ତା

ପାଲଟା ରାସ୍ତା

1 min
253


ତୁମେ ଗଲା ପରେ 

ଫେରୁଛି ମୁଁ ପର୍ଯ୍ୟାୟକ୍ରମେ 

ମୋ ଅଫେରନ୍ତା ରାସ୍ତାକୁ

ଫେରେଇ ଦିଅନ୍ତନି 

ମୋ ଅତୀତର ଏକ ଚତୁର୍ଥାଂଶ  ।। 


ଯେଉଁ ବଦଳିବାର ଦ୍ୱାହି ଦେଇ

ସମସ୍ତଙ୍କର ଦୃଷ୍ଟି ଗୋଚରରେ

ପାଲଟିଥିଲି ସମୟର କୁହୁକ ଗଣ୍ଠି

ଆଜି ସେଇ ଚକ୍ରରେ ପେଶି ହେଲି

ଆଉ ଛନ୍ଦି ଦେଲା ନାଗଫାସ  ।। 


କ୍ଲାନ୍ତ ସମୟ ଆଉ ଅତିକ୍ରମ ଅତୀତ

ବିରହ ଜୀବନ ର ଅଣନିଶ୍ୱାସୀ ଭବିଷ୍ୟତ

ସବୁ କିଛି ଅସ୍ତଗାମୀ ସୂର୍ଯ୍ୟଙ୍କର

ହେଲେ ଜୀବନର କିଛି ଦ୍ୱନ୍ଦ୍ୱ ପ୍ରଶ୍ନରେ

ଯାହାର ଉତ୍ତର ଆଜି ବି ଅସ୍ପଷ୍ଟ ।। 


ଉତ୍ତପ୍ତ ନିଆଁରେ ଜୀବନ ଜଳୁଛି

ସ୍ମୃତି ଗନ୍ତାଘରେ ପାଉଁଶ ରହୁଛି

ହୃଦ ମରୀଚିକା ବାସଭୂମି

ପ୍ରେମ ସଂଜ୍ଞାହୀନ ପରିକଳ୍ପନାରେ

ସମୟର ରେଖା ବାସ୍ତବ।। 




Rate this content
Log in